ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡରେ ପାଳିତ ହେଲା ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୧ ତାରିଖ ଦିନ ସାରା ଦେଶରେ ଏକ ଘଣ୍ଟା ପୂର୍ବାହ୍ନ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରି ସ୍ୱଚ୍ଛତାର ଆହ୍ୱାନକୁ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ବଲାଙ୍ଗିର ମ୍ୟୁନିସିପାଲିଟିର ସମସ୍ତ ୱାର୍ଡରେ ଏକ ଘଂଟା ପାଇଁ ସଫେଇ ଅଭିଯାନ ପାଳନ କରାଯାଇଛି । ପ୍ରତ୍ୟେକ ୱାର୍ଡ କାଉନ୍‌ସିଲର୍‌ଙ୍କ ନେତୃତ୍ୱରେ ମ୍ୟୁନିସିପାଲିଟି କର୍ମଚାରୀ ତଥା ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଏହି ଅଭିଯାନରେ ସାମିଲ୍‌ ହୋଇ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.