ବଲାଙ୍ଗିର ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବ ତଥା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡଃ.ହଳଧର ନାଗ ମୁଖ୍ୟ ଅତିଥି, ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ନରେନ୍ଦ୍ର ନାଥ ମିଶ୍ର ସମ୍ମାନିତ ଅତିଥି, ଉପସଭାପତି ବୈଦ୍ୟ ଶିରୋମଣି ଝସକେତନ ଗୁରୁ ଓ ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ମଞ୍ଚାସୀନ ଥିଲେ । ସମାଜରେ ସ୍ବାସ୍ଥ୍ୟ, ଶିକ୍ଷା, ସାହିତ୍ୟ, କଳା ଏବଂ ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କବି ଆନନ୍ଦ ଚନ୍ଦ୍ର ସାହୁ, ଡ଼ା.ଲଳିତ କୁମାର ସାହୁ, କ୍ଷମାନିଧି ଝାଙ୍କର, ଅଜୟ ଅମର ସିଂହଦେଓ ଏବଂ ଡା.ବିଭୁତି ଭୂଷଣ ମୁଣ୍ଡଙ୍କୁ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ.ହଳଧର ନାଗଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । ସମ୍ପାଦକ କବିଶ୍ରୀ ବେହେରା ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା ଓ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଡ. କୌତୁକ ପନ୍ଦର କଳାହାଣ୍ଡି ମଦନପୁର ରାମପୁରର ଇତିହାସ ଉପରେ ସମ୍ୟକ୍ ଆଲୋଚନା କରିଥିଲେ । କବିରାଜ ଭୋଇ, ଶିବାନନ୍ଦ ଦାସ, ନମ୍ରତା ପାଣିଗ୍ରାହୀ, ପ୍ରାଣ ପ୍ରକାଶ ଦାସ, ରମାକାନ୍ତ ସାହୁ, ରୋଶନ କୁମାର ଶତପଥୀ, ସତ୍ୟାନନ୍ଦ ବିଶ୍ବାଳ ସହଯୋଗ କରିଥିବା ବେଳେ ଅମର ଅଜୟ ସିଂହଦେଓ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.