ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶତାୟୁ ଭୋଟରଙ୍କୁ ଭେଟି ଆଜି ଉପ-ଜିଲ୍ଲାପାଳ ଆଲୋକ ପଟେଲ ଓ ସହକାରୀ ଜିଲ୍ଲାପାଳ ମନୋରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ଭେଟି ଉପ- ଜିଲ୍ଲାପାଳ ଭାରତ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ (୮୦+ ବୟସ ବର୍ଗ) ଓ ଦିବ୍ୟାଂଗ ଭୋଟରମାନଙ୍କ ନିମନ୍ତେ ପଠାଇଥିବା ସ୍ୱତନ୍ତ୍ର ପତ୍ର ଦେବା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ଏହି ଶ୍ରେଣୀର ଭୋଟର ମାନଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ସେହିସବୁ ବିଷୟରେ ଅବଗତ କରାଇଛନ୍ତି । ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସମ୍ମିଳିତ ହେବା ପାଇଁ ଏହି ଶତାୟୁ ଭୋଟରମାନଙ୍କୁ ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହାସହ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶନାମା ଅନୁସାରେ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କହିଥିଲେ ।

Leave A Reply

Your email address will not be published.