କନ୍ଧପାଲି ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କନ୍ଧପାଲିପଡ଼ାଠାରେ ମ୍ୟୁନିସିପାଲିଟି ଓ ନାରୀଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ୱଚ୍ଛତା ରାଲି କରି ସମସ୍ତଙ୍କୁ ସ୍ୱଚ୍ଛ ଭାରତର ବାର୍ତ୍ତା ଦେବା ସହ ପଡ଼ା ଓ ସ୍କୁଲର ସବୁ ସ୍ଥାନ ସଫା ସୁତୁରା କରିଥିଲେ । ଏଥିରେ ଉକ୍ତ ୱାର୍ଡର କାଉନସିଲର ସରିତା ଦାସ ଯୋଗଦେଇ ସମସ୍ତଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ହରିଶଙ୍କର ସାଏ, ପ୍ରତାପ ରଥ, ଦେବେସ ରାଉତ, ମହିଳା ଆରୋଗ୍ୟ ସମିତିର ସଦସ୍ୟ ମାନେ, ଆଶା କର୍ମୀ, ସିଆର୍‌ପିଏଫ୍‌ର କର୍ମଚାରୀ ଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିର ଷ୍ଟାଫ୍‌ମାନେ ଇତ୍ୟାଦି ଯୋଗଦେଇ ଏହାର ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.