csstore

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ ୨୦୨୩” କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌ଏସ୍‌ଏମ୍‌ଇ ଡିପାର୍ଟମେଣ୍ଟ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଛି । ରାଜ୍ୟରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମ୍ ନିର୍ମାଣ ପାଇଁ ନୋଡାଲ୍ ଏଜେନ୍ସି ଭାବରେ ଓଡିଶାର ଷ୍ଟାର୍ଟଅପ୍ ପଲିସି -୨୦୧୬ ସହିତ ୨୦୧୬ ରେ ଷ୍ଟାର୍ଟଅପ୍ ଓଡିଶା ଆରମ୍ଭ ହୋଇଥିଲା । ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ ୨୦୨୩” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାିଛି । ଏଥିରେ ଷ୍ଟାର୍ଟଅପ୍ ଓଡିଶାର ବିଖ୍ୟାତ୍ ସେନାପତି, ଟିମ୍ ନେତା ଅନୱେଶ ତିର୍କି, ବିଷ୍ଣୁ ପ୍ରସାଦ ଦାସ ଜିଲ୍ଲା ଶିଳ୍ପ କେନ୍ଦ୍ର, ସାଧାରଣ ପରିଚାଳକ, ଉପଦେଷ୍ଠା ମନରଞ୍ଜନ୍ ସାହୁ, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା, ପ୍ରଧାନ ଶିକ୍ଷୟିତ୍ରୀ ମୋନିକା ଜେସୱାଲ ମନ୍ୟଗଣ୍ୟ ଅତିଥିଗଣ ଉପସ୍ଥିତ ଥିଲେ । ଏହି ଇଭେଣ୍ଟ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କର ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଏକ ଚମତ୍କାର ପ୍ଲାଟଫର୍ମ ଯୋଗାଇଲା । ଅନେକ ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାଗୁଡିକ ପ୍ରଦର୍ଶନ କରିଥିଲେ ଓ ଉଲ୍ଲେଖନୀୟ ଉପସ୍ଥାପନା ମଧ୍ୟରେ ମୋହିତ ଅଗ୍ରୱାଲ, ରାଘବ ଅଗ୍ରୱାଲ ଏବଂ ସୁନୀଲ ମେହେରଙ୍କ ଦ୍ୱାରା ପ୍ରସ୍ତାବିତ “ଇକୋ ସୋଲାର ଚାର୍ଜର ଇଭିଏମ୍” ଧାରଣା ଷ୍ଟାର୍ଟ ଅପ୍ ଓଡିଶା ନିମନ୍ତେ ଏକ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ଥିଲା ।

jayashree
Leave A Reply

Your email address will not be published.