ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ଉଦ୍ୟାନ ନିକଟସ୍ଥ ମେହେର ଧର୍ମଶାଳା ସଭାମଣ୍ଡପଠାରେ ମହିଳା ସାମୁଖ୍ୟ ଉତ୍ପାଦକ କଂପାନୀ ଲିମିଟେଡ୍ର ୩ୟ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଂପାନୀର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ପ୍ରୋଗ୍ରାମ ମେନେଜର ଗୁରୁ ଗୋବିନ୍ଦ ସିଂହ ମାଝୀ ସାମ୍ୟକ ଧାରଣା ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ବିପିସି ଘଣ୍ଟଧର ପ୍ରସାଦ ବାଗ, ମୁଖ୍ୟବକ୍ତା ଭାବେ ଓଡିଶା ଜୀବିକା ମିଶନ ବିଏଲ୍ସି ଡ. ସତ୍ୟପ୍ରିୟ ବେହେରା, ସମ୍ମାନୀତ ଅତିଥି ଭାବେ ଏପିସି ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ଓ ନିର୍ମାଣ ସଂସ୍ଥାର ବ୍ଲକ କୋଡିନେଟର ଅମୁଲ୍ୟ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । କଂପାନୀର ନିର୍ଦ୍ଦେଶିକା ଶ୍ରୀମତୀ କୁମୁଦିନୀ ସାହୁ କଂପାନୀର ବାର୍ଷିକ କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ବିବରଣୀ ପଠନ କରିଥିଲେ । ଉତ୍ତମ କାର୍ଯ୍ୟପାଇଁ ଚାରୋଟି ଚାଷୀ ଓ ଦୁଇଟି ଉତ୍ପାଦକ ଗୋଷ୍ଠୀକୁ ପ୍ରମାଣ ପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । କଂପାନୀର ସଭ୍ୟା ଶ୍ରୀମତୀ ଅନୁପମା ସେନାପତି ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥାପକ ଦାୟିତ୍ୱ ତୁଲାଇଥିଲେ । ଶେଷରେ ସତ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁରେଶ, ସୁମନ୍ତ, ତପନ, ମଦନ, ଯୁଗରାଜ ଓ ସଂଗୀତା ମୁଖ୍ୟ ଦାୟିତ୍ୱ ନେଇଥିଲେ ।