csstore

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଗବତ ଜନ୍ମ ଉପଲକ୍ଷେ ଟିକ୍ରାପଡା ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୧ ଜଣ ନିମନ୍ତ୍ରିତ ପଣ୍ଡିତଙ୍କ ଦ୍ୱାରା ଶ୍ରୀମଦ୍‌ ଭାଗବତ ମହାପୁରାଣ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା କମଳିନୀ ଚାନ୍ଦ ଓ ପ୍ରଦୀପ ଚାନ୍ଦ ସ୍ୱସ୍ତ୍ରିକ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଭାଗବତ ପୁରାଣ ପଠନରେ ଦୟାନିଧି ତ୍ରିପାଠୀ, ରମାକାନ୍ତ ଦାଶ, ଶୁଶିଲ ମିଶ୍ର, ତପନ କୁମାର ମିଶ୍ର, ସତ୍ୟନାରାୟଣ ତ୍ରିପାଠୀ, ଲଳିତ ମୋହନ ହୋତା, ବିପିନ ବିହାରୀ ପଣ୍ଡା, ପ୍ରମୋଦ କୁମାର ମିଶ୍ର, ଆନନ୍ଦ ହୋତା, ରଘୁପତି ନାଥ, ପ୍ରଦୀପ କୁମାର ପତି, କିଶୋରୀ ମିଶ୍ର, ପ୍ରମୋଦ ଶତପଥି, ରାମଚନ୍ଦ୍ର ଦାଶ ଓ ଶ୍ରୀମଦ୍‌ ଭାଗବତ ଗୀତା ପଠନ କରିଥିଲେ ଗୌରହରି ଦାଶ ଓ ବିଷ୍ଣୁ ସହସ୍ରନାମ ଓ ଯଜ୍ଞ ସମାପନ କରିଥିଲେ ରାଜେନ୍ଦ୍ର କୁମାର ମିଶ୍ର । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜୀବ ମିଶ୍ର, ଛାୟାକାନ୍ତ ସାହୁ, ମନ୍ଦିର ପୁଜକ କୃଷ୍ଣଚନ୍ଦ୍ର ମିଶ୍ର, ବଳରାମ ମିଶ୍ର, ସତ୍ୟନାରାୟଣ ଶତପଥି, ପାଢି ବାବୁ ଓ ଫାଗୁଲା ସହଯୋଗ କରିଥିଲେ । ରାତ୍ର ଘ.୮ ସମୟରେ କିର୍ତ୍ତନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.