lika

ବେଆଇନ କଫ ସିରପ ବିକ୍ରି କରୁଥିବା ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ହେଲା ବଲାଙ୍ଗିରରେ ଚାଲିଥିବା ବିଭିନ୍ନ ଅପରାଧ ଓ ଅପରାଧୀମାନଙ୍କୁ ଦମନ କରିବା ପାଇଁ ଏସ୍‌ପି ରିଷିକେଶ ଖିଲାରୀଙ୍କ ତତ୍ଵାବଧାନରେ ଏକ ସ୍ପେସାଲ ଟିମ ଗଠନ କରାଯାଇ ବିଭିନ୍ନ କଫ ସିରପ ବେପାରୀ, ଗଞ୍ଜେଇ ବେପାରୀ, ବେଆଇନ୍‌ ମଦ ବେପାରୀମାନଙ୍କୁ ଧାରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ରାତିରେ ଅବୈଧ ଭାବରେ କଫ ସିରପ ବିକ୍ରି କରୁଥିବା ଠିକାଦାରପଡାର ଅଭୟ ସାହୁ(୩୮)ଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଗିରଫ୍‌ ଅଭୟଙ୍କ ଠାରୁ ୩୮ ଗୋଟି ସିଲ୍‌ ଥିବା ମୋନକଫ-ପ୍ଲସ୍ କଫ ସିରପ ବୋତଲ, ଗୋଟିଏ ଲୁଜ କଫ ସିରପ ବୋତଲ ଯହିଁରେ ୬୦ମିଲି ସିରପ, ଗୋଟିଏ ସ୍ଟ୍ରିପ ଆଲ୍‌ପ୍ରାଜେଲମ୍‌ ଅଲ୍‌ଜେଟ୍‌ ଟାବଲେଟ, ପ୍ରାୟ ୭୦୦ମି.ଲି. ନାରଙ୍ଗି ରଙ୍ଗ ପାଣି ଥିବା ଗୋଟିଏ ପାଣି ବୋତଲ ଏବଂ ନଗଦ ୫୦୦୦ ଟଙ୍କା ଜବତ୍‌ କରାଯାଇଥିବା ସୂଚନା ମିଳିଛି । ଆଜି ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡ଼ିପିଓ ତୋଫାନ୍‌ ବାଗ୍‌ ସୂଚନା ଦେଇଛନ୍ତି ।

babaa
Leave A Reply

Your email address will not be published.