jayashree

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ତୃତୀୟ ଦିବସ

  • ଖୋଲାନ, ମନହୀରା, ହାତୀସରା, ହଲଦି, ଲୁହାସିଂହା, ଫ୍ରେଣ୍ଡସ୍‌ କ୍ଲବ, ଖୁଣ୍ଟ ସମଲେଇ, କାଲସାଏପାଲି, ଗଇଁନ୍ତଲା, ଚନ୍ଦନଭାଟି, ବିଲେଇସର୍ଡା, ଗୁଲମି ଓ ପ୍ରୋଗ୍ରେସିଭ୍‌ କ୍ଲବ (ବି) ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୨ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ଅନୁଷ୍ଠିତ ଖେଳରେ ପ୍ରୋଗ୍ରେସିଭ୍‌ କ୍ଲବ (ବି) ୩-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ପୂର୍ବ ଖେଳାଳି ସୁରେନ୍ଦ୍ର ବାଗ ଯୋଗ ଦେଇଥିଲେ । ଖେଳକୁ ଶୁଶାନ୍ତ ନାଗ, ବିକି ବିଶି, ଉମେଶ ଭୋଇ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ କାଲସାଏପାଲି ଆର୍‌ଏଫ୍‌ସି ୧-୦ ଗୋଲରେ ବାଗଭାଡିକୁ ହରାଇ ବିଜୟୀ ହୋଇଛି । ଦ୍ୱିତୀୟ ଖେଳରେ ଗଇଁନ୍ତଲା ଟ୍ରାଇବ୍ରେକର ୪-୩ ଗୋଲରେ ଏନ୍‌ଏସ୍‌ ସ୍ପୋଟିଂକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସୁପ୍ରିମଟାକ୍ସ ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଜିତ ପାଲ, ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗ, କ୍ରୀଡା ସଂସଦର ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ ଓ ପୂର୍ବ ଖେଳାଳି ସରୋଜ ତ୍ରିପାଠୀ ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ଏଥେଲେଟ୍‌ ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସୀନ ଥାଇ ଖେଲାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସୁଦୟ ବାରିକ, ନରିସିଂସ୍ୱାମୀ ନାଇଡୁ, ଦେବାଶିଷ ବାଗ, ପ୍ରଫୁଲ୍ଲ ବଗର୍ତ୍ତି, ଶୁଭ୍ରାଂଶୁ ରାଉତ ଓ ଜ୍ୟୋତି ମହାନନ୍ଦ ପରିଚାଳନା କରିଥିଲେ । ସାଇଟ ପଡିଆରେ ଚନ୍ଦନଭାଟି ୨-୦ ଗୋଲରେ ଜନକପୁରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ କ୍ରୀଡା ସଂସଦର ସଦସ୍ୟ ଶରତ କୁମାର ନନ୍ଦ, ପୂର୍ବ ଖେଳାଳି ଗରୁଡଧ୍ୱଜ ସାଏ, ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା ଓ ଆଦିତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ । ଖେଳକୁ ସୁଦର୍ଶନ ସେଠ, ନିଶାରକାନ୍ତ ନାଗ, ସୁରେଶ ନାଏକ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଲୋଇସିଂହା ପଡିଆରେ ବିଲେଇସର୍ଡା ଟ୍ରାଇବ୍ରେକର ୩-୧ ଗୋଲରେ ଛତାବାହାଲକୁ ହରାଇ ବିଜୟୀ ହେଲା । ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜନଜାତି ବ୍ରଜମୋହନ ବିଶୋଇ ଯୋଗ ଦେଇଥିଲେ । ଖେଳକୁ ପ୍ରଦୀପ ବଗର୍ତ୍ତି, ବିଜୟ ରଣା, ଗୋପାଳ ପ୍ରଧାନ ଓ ଦାମ୍ବୋଦର ରାଉତ ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଗୁଲମି ୨-୧ ଗୋଲରେ ଭିଏସ୍‌ଏସ୍‌ ଟିଟିଲାଗଡକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଯୋଗ ଦେଇଥିଲେ । ଖେଳକୁ ବିବଚ୍ଛ ମାଝି, ଯଶୋବନ୍ତ ମାଝି, ମୋହନ ପ୍ରଧାନୀ ଓ ରାଜେଶ ସ୍ୱାଇଁ ପରିଚାଳନା କରିଥିଲେ । ଖୋଲାନ ପଡିଆରେ ଖୋଲାନ ୨-୦ ଗୋଲରେ ମହଗାଁକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଖୋଲାନ ସରପଂଚ ନରେଶ ଅଗ୍ରୱାଲ ଯୋଗ ଦେଇଥିଲେ । ଖେଳକୁ ମଳୟ ଘିଭେଲା, କର୍ଣ୍ଣ ଭୋଇ, ପ୍ରମୋଦ ରଣା ଓ ସନ୍ନ୍ୟାସି ନାଏକ ପରିଚାଳନା କରିଥିଲେ । ସୁଜିଆ ପଡିଆରେ ମନହିରା ୧-୦ ଗୋଲରେ ଝାରମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ପୂର୍ବ ଖେଳାଳି ଗୋବର୍ଦ୍ଧନ ଧରୁଆ ଓ ବିଏସ୍‌ଏଫ୍‌ ଜବାନ ବ୍ରଜନାଥ ଧରୁଆ ଯୋଗ ଦେଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, କରୁଣାକର ପ୍ରଧାନ, ଶ୍ରବଣ ବାଗ ଓ ଜ୍ୟୋର୍ତିମୟ ରାଉତ ପରିଚାଳନା କରିଥିଲେ । ଜରାସିଂହା ପଡିଆରେ ହାତିସରା ୩-୧ ଗୋଲରେ ଡଙ୍ଗାବାହାଲକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବ ଖେଳାଳି ଦେବ ପ୍ରସାଦ ମେହେର, ଚିତ୍ତ ରଂଜନ ଥନାପତି ଓ କରୁଣାକର ମେହେର ଯୋଗ ଦେଇଥିଲେ । ଖେଳକୁ କୁନ୍ତେ ମେହେର, ପ୍ରଶାନ୍ତ ଥନାପତି, ସଞ୍ଜନ କୁଦେଇ ଓ ଶୁଶାନ୍ତ ଥନାପତି ପରିଚାଳନା କରିଥିଲେ । ହଲଦି ପଡିଆରେ ହଲଦି ୪-୦ ଗୋଲରେ ଡୁଡୁକାପଡାକୁ ହରାଇ ବିଜୟୀ ହେଲେ । ଅତିଥି ଭାବେ ହଲଦି ସରପଂଚ ସୋମିନା ସେଠ, ଏମ୍‌ପି ନୋମିନି ଶ୍ରୀବତ୍ସ ବେହେରା ଓ ନାଏବ ସରପଂଚ ଦିଗାମ୍ବର ବାଗ ଯୋଗ ଦେଇଥିଲେ । ଖପ୍ରାଖୋଲ ପଡିଆରେ ଲୁହାସିଂହା ଟ୍ରାଇବ୍ରେକର ୬-୫ ଗୋଲରେ ଖପ୍ରାଖୋଲକୁ ହରାଇ ବିଜୟୀ ହେଲା । ଖେଳକୁ କ୍ଷୀରସିନ୍ଧୁ ବେହେରା, ଶ୍ରୀରାମ ସାହୁ, ଦିପକ ରାଜହଂସ ଓ ଦୋଳଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିଲେ । କଣ୍ଟାବାଞ୍ଜି ପଡିଆରେ ଫ୍ରେଣ୍ଡସ୍‌ କ୍ଲବ ୨-୦ ଗୋଲରେ ରାଜେନ୍ଦ୍ର ନଗରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ କୈଳାସ ଦୀପ, ଦିଲିପ ଧରୁଆ ଓ ଶୁଭେନ୍ଧୁ ମହାନ୍ତି ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ବିଜୟ ଖମାରୀ, ଉମେଶ ଧରୁଆ ପରିଚାଳନା କରିଥିଲେ । ପାଟଣାଗଡ ପଡିଆରେ ଖୁଣ୍ଟସମଲେଇ ୫-୧ ଗୋଲରେ ମଲ୍ଲିକମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପାଟଣାଗଡ ଭାଇସଚେୟାରମେନ ଏନ୍‌ଏସି ପ୍ରଫୁଲ୍ଲ ମେହେର ଯୋଗ ଦେଇଥିଲେ । ଖେଳକୁ ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ, ରାଜେନ୍ଦ୍ର ସେଠ ଓ ଖୁସିରାମ ମେହେର ପରିଚାଳନା କରିଥିଲେ ।

Leave A Reply

Your email address will not be published.