- ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା
- ଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ
କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମଙ୍ଗଳବାର ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ୨୦ ହଜାର ଟଙ୍କା ଅନାଦେୟ ହେଲେ ଅଧିକ ୨ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାଏରେ ଦର୍ଶାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ ୨୦୧୪ ମସିହାରେ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁର ନିରାକାର ପୁଟେଲ ଓ ମଣିଚନ୍ଦ୍ର ପୁଟେଲ ସେହି ଗାଁର ସନ୍ତୋଷ ପୁଟେଲଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ଉପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ଦଫା ୧୨୦(ବି)/୩୦୨୩୪ ଆଇପିସିର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାଏ ଦେଇଥିବା ସରକାରୀ ଓକିଲ କାନନ କିଶୋର ପଣ୍ଡାଙ୍କଠାରୁ ପ୍ରକାଶ ।