csstore

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବିସ୍ଥାପିତ କଲୋନୀରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକ କୁସମେଲଠାରେ ଲୋୟର ସୁକତେଲ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସହ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନତେଲେନପାଲି, ପୋଡ଼ମୁଡ଼, ବନଛୋରପାଲି ଏବଂ ଭୂମିହୀନ ୮ଟି ବିସ୍ଥାପିତ ଗାଁର ଲୋକ ଯୋଗଦେଇଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଏହା ଆୟୋଜିତ ହୋଇଥିବା ବେଳେ ବିସ୍ଥାପିତ କଲୋନୀ କୁସମେଲ ଓ କୁସମେଲ ଗ୍ରାମବାସୀ ସହଯୋଗ କରିଥିଲେ । ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ସାମ୍ବାଦିକ ଅଖିଳ ହୋତା, ଉପଦେଷ୍ଟା ନିହାର ବେହେରା, ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ବରିହା, ବାନିପାଲି ସମିତିସଭ୍ୟା ଜୋସନାମୟୀ ନାଗ, ତଲିଉଡ଼ା ସରପଞ୍ଚ ପ୍ରତିନିଧି ସୋମନାଥ ପଟେଲ, କୁସମେଲ ସରପଞ୍ଚ କସ୍ତୁବ ସାହୁ, ଯୁବ ସଂଗଠକ ବିନୋଦ କାଳସାଏ, ବିକାଶ ସା, ଗୋବିନ୍ଦ ଶତପଥି, ସାମ୍ବାଦିକ ବିଭୁ ଗଡ଼ତିଆ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଙ୍ଗ ହ୍ୟୁମାନ କୁସମେଲର ଉପଦେଷ୍ଟା ସଞ୍ଜୟ ନାଏକ, ପ୍ରଦୀପ ସେଠ, ନବଘନ ସିଂ, ପ୍ରସନ୍ନ ନାଗ ପ୍ରମୁଖ ଉପସ୍ଥିତ ଥିଲେ । କୁଳମଣି ସାହୁ, ଦେବରାଜ ପୋଡ଼, ସୁରେଶ ଥପା, ଅମର ଚନ୍ଦନ, ମୁକେଶ ପଧାନ, ନୀଳମଣି ସାହୁ, ଜ୍ଞାନ ସିଂ ଭଗବତ ପଧାନ, ଦେବ ସେଠ, ଶକ୍ତି ଅମାତ, ସାହିଲ ସିଂ, ଗୌତମ ସାହୁ, କନ୍ଦର୍ପ ରଣା, ଲାଲୁ ପୁଟେଲ, ପ୍ରିୟବ୍ରତ ପଧାନ, ବୁଲୁ ମହାକୁର, ସରୋଜ ସିଂ, ଯେମନ୍ତ ଗଡ଼ତିଆ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.