csstore

ଭାଲୁପାଲି ଗାଁରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ଭାଲୁପାଲି ଗାଁରେ ପଞ୍ଚମ ବର୍ଷ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅତି ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଗାଁର ସମସ୍ତ ଘର ସାମ୍ନାରେ ଶୁଭ କଳସ ସ୍ଥାପନ କରାଯାଇଥିବା ବେଳେ ଆକର୍ଷଣୀୟ ଝୋଟି ଅଙ୍କାଯାଇଥିଲା । ଏହି ଉତ୍ସବରେ କଳା ସଂସ୍କୃତି ପରମ୍ପରାକୁ ଆଖି ଆଗରେ ରଖି ଗ୍ରାମର ବୟୋଜୈଷ୍ଠ ବୃଦ୍ଧ ବୃଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଗୀତ, ନାଚ, କବିତା, କମେଡି, ହଲିଆଗୀତ, ହୁଳାହୁଳି, ସିଲୋଲାଇ, ମ୍ୟୁଜିକ ଚେୟାର୍, ମଠିଆଫଟା, ବାଡି ଟଣା, ସିଲୋଲାଇ, ଭାଷଣ, ବୁହାସେନ୍ କାନ୍ଦି, ଛୁଆଭୁର୍ତା ଗୀତ୍, ଦୁଆରି ଗୀତ୍, ଜଣା ଅଜଣା ଭଳି ବହୁ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବା ସହ ମଞ୍ଚ ଅଭିନେତା ସାଗର କୁମ୍ଭାର, ଆଲବମ୍ ଅଭିନେତ୍ରୀ ରାଶେଶ୍ବରୀ ଚଣ୍ତି ଏବଂ କଣ୍ଠଶିଳ୍ପୀ ଅଞ୍ଜନ କୁମାର ଓ ବିନୟ କୁମାର ସୁନାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଯୁବ ନେତା ନିହାର ରଞ୍ଜନ ବେହେରା ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ନୂଆଁଖାଇ ବିଷୟରେ ସମ୍ୟକ୍ କହିଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାଲୁପାଲି ଗାଁରେ ଭାଇଚାରା ବୃଦ୍ଧି ପାଉଛି ବୋଲି ଉଚ୍ଚ ପ୍ରଶଂସା କରିଥିଲେ । ପରେ ଜିଲ୍ଲା ପରିଷଦ ସଦସ୍ୟା ବିଣାପାଣୀ ଦାସ ନୂଆଁଖାଇର ମହାତ୍ମୀୟତା ଉପସ୍ଥାପନା କରିଥିଲେ । ଭାଲୁପାଲି ନୂଆଁଖାଇ ଭେଟ୍‌ଘାଟ୍ କମିଟିର ସଭାପତି ସୂର୍ଯ୍ୟଭାନୁ ଭୋଇ ଉକ୍ତ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବିଷୟରେ କହିଥିଲେ । କବି ରୁକ୍ମଣ ବିଶ୍ବାଲ ମଞ୍ଚ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.