csstore

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ସାହାଜବାହାଲ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ଵାରା ଗତ ୨୧ ସେପ୍ଟେମ୍ବର ୨୦୨୩ ଦିନ ସାହାଜବାହାଲରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ପ୍ରଥମେ ଗାଁର ବରିଷ୍ଠ ଶିକ୍ଷକ ରାଧେଶ୍ୟାମ ପାଣିଗ୍ରାହୀ, ପଦ୍ମନାଭ ପାଣଗ୍ରାହୀ, ମହେଶ ପ୍ରସାଦ ଯୋଶୀ ଏବଂ ବଲାଙ୍ଗିର ବ୍ଲକ୍ ଉପସଭାପତି ପ୍ରଦ୍ୟୁମ୍ନ ହୋତା ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଘରେ ଘରେ ପରିଚିତ ତଥା ଓଡ଼ିଶାର ଜଣାଶୁଣା ଯୁବ ଡାକ୍ତର ଓଁକାର ହୋତାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁନି କୁନି ପ୍ରତିଭାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ବିଚାରକ ମଣ୍ଡଳୀରେ ବିଶିଷ୍ଟ ସାମ୍ବାଦିକ ତଥା ସିନେମେଟୋଗ୍ରାଫର୍ ଗୋପାଳ ପ୍ରଧାନ, ମକରଧ୍ବଜ ମାଗର ଏବଂ ଜାତୀୟ ପୁରସ୍କାପ୍ରାପ୍ତ ଶଲାବୁଢ଼ାର ବଦଲା ଚଳଚ୍ଚିତ୍ରର ଅଭିନେତ୍ରୀ ସୁଶ୍ରୀ ଚନ୍ଦନା ସିଂ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଯୁବାମଞ୍ଚର କାର୍ଯ୍ୟକାରୀ ସଭାପତି ଅଭିଷେକ ଦାଶ ସାହାଜବାହାଲ ଶାଖାର କାଶୀନାଥ ହୋତାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ୍ ଜଣାଇବା ସହ ଆଗାମୀ ଦିନରେ କିପରି ଅଞ୍ଚଳର ବିକାଶରେ ସମସ୍ତେ ଜଣେ ଜଣେ ଯୋଦ୍ଧା ଭାବରେ ନିଜର କର୍ତ୍ତବ୍ୟ କରିବା ସେ ନେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିରେନ୍ଦ୍ର ପାଣ୍ଡେ ଏବଂ ଅଭିଜିତ ପାଣିଗ୍ରାହୀ ପର୍ଯ୍ୟାୟ କ୍ରମେ ମଞ୍ଚ ପରିଚାଳନା କରିଥିଲେ । ଶୁଭେନ୍ଦୁ, ସୁବଳ, କାହ୍ନା, ଅଜିତ୍, ମିଲନ୍, ଥବିର, ଖଗେଶ୍ବର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥଲେ ।

jayashree
Leave A Reply

Your email address will not be published.