ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇକୁ ଧୂମ୍ଧାମ୍ରେ ପାଳନ କରାଯାଇଛି । ସକାଳେ ନିଜ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗିବା ପରେ ଘରେ ଘରେ ସମସ୍ତେ ଆନନ୍ଦ ଉଲ୍ଲାସର ସହ ନବାନ୍ନ ଭକ୍ଷଣ କରିଛନ୍ତି । ଛୋଟରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନୂଆ ପୋଷାକ ପିନ୍ଧି ପରମ୍ପରା ଅନୁଯାୟୀ ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଜୁହାର୍ ଭେଟ୍ ହୋଇଥିଲେ । ଆଉ ବଡମାନେ ସାନମାନଙ୍କୁ ଆଶୀର୍ବାଦ କରିଛନ୍ତି । ପଶ୍ଚିମ ଓଡିଶାବାସୀ ଏହି ପର୍ବକୁ ଦୀର୍ଘ ମାସରୁ ଅପେକ୍ଷା କରି ରହିଥାନ୍ତି । ଏ ବର୍ଷ ଧୁମ୍ଧାମ୍ରେ ନୂଆଖାଇ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଏକାଠି ହଂସ ପରିବାର ନବାନ୍ନ ଭକ୍ଷଣ କରିଛନ୍ତି । ଗୁରୁବାର ନୂଆଁଖାଇର ବାସି ତିହାରକୁ ମଧ୍ୟ ଭଲ ଭାବେ ପାଳନ କରିଛନ୍ତି । ବ୍ଲକ ଅଂଚଳ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକରେ ନୂଆଁଖାଇ ଦିନ ଲୋକଙ୍କ ପ୍ରବଳ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି ।
Prev Post