csstore

ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ : ବାଇକ୍‌ ଆରୋହୀ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ । ବାଇକ୍‌ ଆରୋହୀ ଗୁରୁତର । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିରେ । ସୂଚନା ଅନୁସାରେ ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିର ସଂଶୟ କୁମ୍ଭାର(୩୨) କୌଣସି କାମରେ ନିଜ ବାଇକ୍‌ ଯୋଗେ କଂଦାଯୁରୀ ଯାଉଥିବା ବେଳେ କଂଦାଯୁରୀ ପାଖାପାଖି ରାସ୍ତା ଉପରେ ଏକ ଗାଡ଼ିକୁ ସାଇଡ଼୍‌ ଦେବା ସମୟରେ ତାଙ୍କ ବାଇକ୍‌ ବିଲ ତଳକୁ ଚାଲି ଯାଇଥିଲା । ଏଥିରେ ସେ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ କଲର୍‌ବୋନ୍‌ ଫେକ୍‌ଚର୍‌ ହୋଇଥିବା କୁହାଯାଇଛି । ତେବେ ତାଙ୍କ ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ତୁରନ୍ତ ଲୋଇସିଂହା ଡାକ୍ତରଖାନାକୁ ନେଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌କୁ ରେଫର୍‌ କରି ଦିଆଯାଇଛି ।

jayashree
Leave A Reply

Your email address will not be published.