csstore

ଆସନ୍ତା ସେପ୍ଟେମ୍ବର ୨୪ରୁ ଅଷ୍ଟମ ଲୋକକଳା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଟାଉନ୍‌ ହଲ୍‌ରେ ଦୁଲ୍‌ଦୁଲି କଳା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ଅଷ୍ଟମ ଲୋକକଳା ଉତ୍ସବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ ଅଷ୍ଟମ ଲୋକ କଳା ଉତ୍ସବ ପାଇଁ ଲଗୋ ଉନ୍ମୋଚିତ ହୋଇଯାଇଛି । ଏଥିସହିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ଦୁଲ୍‌ଦୁଲି କଳା ପରିଷଦର ଅଧ୍ୟକ୍ଷ ପ୍ରଭାସ କୁମାର ପାଣିଗ୍ରାହୀ, ସାଧାରଣ ସଂପାଦକ ବାସୁଦେବ ସା’ଙ୍କ ସହ ଅତିଥି ଏନ୍‌ଏସ୍‌ଡ଼ିଆନ୍‌ ରାମଚନ୍ଦ୍ର ସାହୁ, ବିଶିଷ୍ଟ ସଂଗୀତଜ୍ଞ ଶଙ୍କର ପ୍ରଧାନ, ପ୍ରସିଦ୍ଧ କଣ୍ଠଶିଳ୍ପୀ ନବୀନ କୁଅଁର, ବେଷ୍ଟ୍‌ ଆର୍ଟ ଡିଜାଇନର୍‌ ତଥା କବି ନିଗମ ନାଥ ଓ ସଂଦୀପ କୁମାର କୁଅଁର ମଂଚାସୀନ ରହି ଲଗୋ ଉନ୍ମୋଚିତ କରିଛନ୍ତି । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପଡ଼ୁଥିବା ବେଳେ ଆଗାମୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଲୋକକଳା ଉତ୍ସବକୁ ନୂଆଁଖାଇ ଭେଟ୍‌ଘାଟ୍‌ ଭାବେ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ସଭାପତି ଶ୍ରୀ ପାଣିଗ୍ରାହୀ ଆହ୍ୱାନ କରିଛନ୍ତି ।

jayashree
Leave A Reply

Your email address will not be published.