csstore

ଉତ୍କଳ ବାଳାଶ୍ରମରେ ହାଇଜେନିକ୍‌ କିଟ୍‌ ବଣ୍ଟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳାଶ୍ରମରେ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ସୁବାଷ ଚନ୍ଦ୍ର ପଟେଲ ମୁଖ୍ୟ ଅତିଥି, ଚିନ୍ମୟ କୁମାର ଯୋଷୀ, ଲଳିତ ଅଗ୍ରୱାଲ, ସିଆର୍‌ସିସି ପ୍ରେମରାଜ ପାଣିଗ୍ରାହୀ, ସରୋଜ ଦାସ, ଆମେରିକାନ ଇଣ୍ଡିଆ ଫେଡେରେସନ୍‌ର ଏମ୍‌ଆଇଏସ୍‌ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରତିଦିନ ଅନ୍ତେବାସୀମାନେ କିପରି ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହିତ ଯୋଗ କରି ନିଜକୁ ସୁସ୍ଥ ରଖିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ମୁଖ୍ୟ ଅତିଥି ପଟେଲ ଜୁନିୟର ରେଡକ୍ରସ ଉପରେ ଆଲୋକପାତ କରିଥିଲେ । ତା’ପରେ ଅନ୍ତେବାସୀମାନଙ୍କୁ ହାଇଜେନିକ କିଟ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ସମୀର ସାଗର, ପ୍ରଜତ୍ନକାରୀ ଶୁକ୍ରୁ ରାଏ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.