csstore

ବଙ୍ଗୋମୁଣ୍ଡା ଧନୁଧାତ୍ରା ମହୋତ୍ସବ ପାଇଁ ନୂତନ କମିଟି ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ହେଉଥିବା ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ଚୟନ କରାଯାଇଛି । ଏଥିରେ ପୂର୍ବତନ ସଭାପତି ତୁଲସୀରାମ ହଂସଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା । ପୂର୍ବ ବର୍ଷ ଯେଉଁ ଭଳି ଭାବେ ପାଳନ ହୋଉଥିଲା ଏ ବର୍ଷ ମଧ୍ୟ ସୂଚାରୁ ରୂପେ କିପରି ଭାବେ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୁୃତ ଭାବେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ନୂତନ କମିଟି ଗଠନ କରିବା ପାଇଁ ନିଷ୍ପତି ହୋଇଥିଲା । ଏଥିରେ ସଭାପତି ଭାବେ ସୁଦାମ ସିନ୍ଦୁର, ସମ୍ପାଦକ ଅମିତ ଥନାପତି, କୋଷାଧ୍ୟକ୍ଷ ମୁକେଶ ଜୈନ ପ୍ରମୁଖଙ୍କୁ ଚୟନ କରାଯାଇଛି । ଏଥିରେ ପୂର୍ବତନ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ଡଃ ନାରାୟଣ ମିଶ୍ର, ଖୁସିରାମ ହଂସ, ଗଣାଧିପ ଦାସ, ପ୍ରମୋଦ ସାହୁ, ବିଘ୍ନରାଜ ରାଉତ, ନେତ୍ରାନନ୍ଦ ସାହୁ, ପୀତବାସ ଜାନୀ, ଦୀପକ କୁମାର ଦାସ ଯାଦବ, ଗୁଣ୍ଡୁ ସାସମାଲ, ବିନୋଦ ମେହେର, ଡବଲୁ ହଂସ, ଅଜିତ ବଗର୍ତ୍ତୀ, ପପୁନ ପାଣିଗ୍ରାହ, ପ୍ରେମରାଜ ଚୌଧୁରୀ, ଗଣନାଥ ଥନାପତି, ଭୂରିଶ୍ରବା ନାଏକ ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.