ସୁନ୍ଦରଗଡ଼ ପତାଞ୍ଜଳି ଯୋଗ ସମିତି ତରଫରୁ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ମହିଳା ପ୍ରଭାରୀ ସ୍ୱାଧୀ ଡ଼. ଦେବ ପ୍ରିୟଜୀଙ୍କ ଆଗମନ ଅର୍ଥେ ରାଉରକେଲା ସ୍ଥିଥ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମହିଳା ରାଜ୍ୟ ପ୍ରଭାରୀ ଜେ ଗିରିଜା ଦେବୀ, ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ପତାଞ୍ଜଳି ଯୋଗ ସମିତି ପ୍ରଭାରୀ ରାଧାମାଧବ ବହିଦାର ଓ ଭାରତ ସ୍ୱାଭିମାନର ସହରାଜ୍ୟ ପ୍ରଭାରୀ ଅକୃର ମାର୍ଥା ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଥିଲା ଓ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ ଏହାର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ ଓ ପତାଞ୍ଜଳି ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ କୁମାର ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ରାଜ୍ୟ ମହିଳା ପ୍ରଭାରୀ ଅକ୍ଟୋବର ମାସ ୧୨ ତାରିଖରେ ହେବାକୁ ଥିବା ମହିଳା ମହାସମ୍ମିଳନୀ କିପରି ସଫଳ ହେବ ତା’ଉପରେ ଆଲୋଚନା କରିଥିଲେ । ତା’ସହିତ ଗତ ମାସରେ ନବମ ବ୍ୟାଚର ରାଜ୍ୟସ୍ତରୀୟ ସହଯୋଗ ପ୍ରଶିକ୍ଷଣର କୃତି ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବିତରଣ କରିଥଲେ । କାର୍ଯ୍ୟକ୍ରମ ଶେଷରେ ସେହି କେନ୍ଦ୍ରର ପରିଚାଳକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ବ୍ୟବସ୍ଥିତ ଢଙ୍ଗରେ କେନ୍ଦ୍ରର ସମସ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ । ମହିଳା ମହାସମ୍ମିଳନୀ ଲାଗି ପୂର୍ବ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ସମସ୍ତ ରାଜ୍ୟ ପ୍ରଭାରୀ ଜିଲ୍ଲା ପ୍ରଭାରୀ ସେହି କେନ୍ଦ୍ରର ଟିକେଶ୍ୱର କାଲୋ, ତ୍ରିପାଠୀ ଭାଇ ଏବଂ ହେମନ୍ତ କୁମାର ଜେନା ସମ୍ପୂଣ୍ଣ ସାହାଯ୍ୟ କରିଥିଲେ । ଅଜିତ ପୃଷ୍ଟି, ଶରତ କୁମାର ଦାସ, ନିବେଦିତା ବେହେରା, ପୁଷ୍ପଲତା ମହାପାତ୍ର, ସସ୍ମିତା ବେହେରା ପୂର୍ଣ୍ଣମାତ୍ରାରେ ସାହାଯ୍ୟ କରିଥିଲେ । ରାଉରକେଲା ସ୍ଥିତ ସମସ୍ତ ଯୋଗ କେନ୍ଦ୍ରର ଶିକ୍ଷକ ଶିକ୍ଷିକା ଓ ସାଧକ ସାଧିକା ଭାଇ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ସୁନ୍ଦରଗଡ ଯୋଗ ପରିବାର ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.