csstore

ଛତ୍ରପୁରର ଅଗ୍ରଣୀ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବହୁ ପ୍ରତିଷ୍ଠିତ ବିନୋଦବିହାର କ୍ଲବ ପରିସରରେ ଅବସ୍ଥାପିତ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ତଥା ସଞ୍ଚାଳିକା ପି.ସନ୍ଧ୍ୟାରାଣୀ ରେଡ୍ଡୀ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଶିଳ୍ପ ତାଲିମ ଅନୁଷ୍ଠାନର ଆଭିମୁଖ୍ୟ ଓ ପ୍ରୟାସ ଏବଂ ପ୍ରଗତି ସମ୍ପର୍କରେ ଦର୍ଶାଇଥିଲେ । ଉପସ୍ଥିତ ଅତିଥିମାନେ ଅନୁଷ୍ଠାନର ପ୍ରୟାସ ସମ୍ପର୍କରେ ଅବଗତ ହୋଇ ଖୁସିବ୍ୟକ୍ତ କରି ଉଦ୍ୟେକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ବିଶିଷ୍ଟ ସମାଜସେବୀ କେ.ହୃଷିକେଶ ରାଓ, ବାସ୍ତୁଶାସ୍ତ୍ର ବିଶେଷଜ୍ଞ କୃଷ୍ଣ ଚନ୍ଦ୍ର ମହାରଣା, ବିନୋଦବିହାର କ୍ଲବ ଭାରପ୍ରାପ୍ତ ସଭାପତି ରାଜେଶ ସେନାପତି ତଥା ଅନୁଷ୍ଠାନର କର୍ମକର୍ତ୍ତା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଅନୁଷ୍ଠାନରେ ଆୟୋଜିତ ବିଶ୍ୱକର୍ମା ପୂଜା ଆରାଧନାରେ ପ୍ରସାଦ ସେବନ ସହ ବିଭୂକୃପା ଲାଭ କରିଥିଲେ ।

jayashree
Leave A Reply

Your email address will not be published.