ଖପ୍ରାଖୋଲ ପୋଲିସ ଦ୍ୱାରା କଫ ସିରପ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ରବିବାର ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ଗମ୍ଭାରୀ ଛକ ନିକଟରେ ଜଣଙ୍କ ପାଖରୁ ୨୫ ଟି ସିଲ୍ ଥିବା ୧୦୦ ମି ଲି ବିଶିଷ୍ଟ ଏସକଫ କଫ ସିରଫ ଏବଂ ଗୋଟିଏ ସେବରଲେଟ କାର ଜବତ କରିଛି । ଅଭିଯୁକ୍ତ ଜଣକ ବେଲପଡା ଥାନା ଅନ୍ତର୍ଗତ ବେଲପଡା ଗୌତିଆପଡ଼ାର ନରୋତ୍ତମ ପୁଟେଲ ବୋଲି ଜଣାଯାଇଛି । ସେହିପରି ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ରାଜା କୁମ୍ଭାରଙ୍କ ନିକଟରୁ ୧୫ ବୋତଲ କଫସିରପ ଜବତ କରି ଦୁହିଁଙ୍କୁ ଖପ୍ରାଖୋଲ ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୬୭/୨୦୨୩ ଏବଂ ୬୧/୨୦୨୩ ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୪ / ୨୭୫ / ୨୭୬ / ୧୨୦ କ୍ରମେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସର ଏଭଳି କାର୍ୟ୍ୟ ଜାରି ରହିଲେ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ ତଥା ନିଶା କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେବା ସହ ପୁଲିସର ଏହି କାର୍ୟ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି । ଏହି ଅଭିଯୁକ୍ତ ମାନଙ୍କ ସହ ସଂଶ୍ଲିଷ୍ଟ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଧରିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.