jayashree

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ଅଗଷ୍ଟ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ବଲାଙ୍ଗିର ଗସ୍ତରେ ଆସିଥିଲେ । ସେତେବେଳେ ସେ ଲୋକଙ୍କଠାରୁ ସିଧାସଳଖ ଲିଖିତ ଆପତ୍ତି ଅଭିଯୋଗ ଓ ଦାବୀପତ୍ର ଗ୍ରହଣ କରିଥିଲେ । ବଲାଙ୍ଗିର ଲୋକେ ଲିଖିତ ଭାବେ ବଲାଙ୍ଗିରର ସମଲେଶ୍ୱରୀ ମନ୍ଦିର, ଗୋପାଳଜୀ ମନ୍ଦିର ତଥା ପାଟଣେଶ୍ୱରୀ ମନ୍ଦିର ତଥା ଆହୁରି ଅନେକ ଧର୍ମାନୁଷ୍ଠାନର ଉନ୍ନତିକରଣ ପାଇଁ ଦାବୀ ଜଣାଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସହରର ୪୪ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ୨ କୋଟି ଟଙ୍କାର ଅନୁଦାନ ମଂଜୁର ହୋଇଥିବା ବେଳେ ଏବେ ସହରର ଗୋପାଳଜୀ ମନ୍ଦିରର ଉନ୍ନତିକରଣ ପାଇଁ ୪.୭୯ କୋଟି ଟଙ୍କାର ଅନୁଦାନ ମଂଜୁର ହୋଇଛି । ସମଲେଶ୍ୱରୀ ମନ୍ଦିର ପାଇଁ ୨.୭୩ କୋଟି, ସିଏନ୍‌ଆଇ ଚର୍ଚ୍ଚ ପାଇଁ ୨.୦୫ କୋଟି, ପାଟଣେଶ୍ୱରୀ ମନ୍ଦିର ପାଇଁ ୧.୦୧ କୋଟି ଓ କୋଶଳ କଳାମଣ୍ଡଳର ଉନ୍ନତିକରଣ ପାଇଁ ୩.୨୨ କୋଟି ଟଙ୍କା ମଂଜୁର ହୋଇଛି । ଏପରିକି କୋଶଳ କଳାମଣ୍ଡଳ ପରିସରରେ ଏକ ଅଡ଼ିଟୋରିଅମ୍‌ ନିର୍ମାଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁମୋଦନ ରାଶି ଆସିବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.