csstore

ସାମ୍ବାଦିକଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ(୬୩) ଆଜି ଆକସ୍ମିକ ମୃତ୍ୟୁବରଣ କରିଛନ୍ତି । ନିରଞ୍ଜନ ବିଳମ୍ବିତ ରାତ୍ରୀରେ ଅସୁସ୍ଥତା ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସ ଭବନରେ ପ୍ରାଣତ୍ୟାଗ କରିଥିଲେ । ଦୀର୍ଘଦିନରୁ ସେ ହୃଦରୋଗରେ ପୀଡ଼ିତ ଥିଲେ । ସେ ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ସଞ୍ଜିବ ପୁରୋହିତ, ଶିବ ବିଶ୍ବାଳ, ଦୁର୍ଗା ତ୍ରିବେଦି, ଏମ୍‌ପି ନମିନି ପ୍ରବୀଣ କୁମାର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ବରିଷ୍ଠ ବିଜେଡି ନେତା ନାରଦ ବରିହା, ତୈଳିକ ବେଶ୍ୟ ସାହୁ ସମାଜ ପଶ୍ଚିମ ଓଡ଼ିଶାର ସଭାପତି ଚୈତନ୍ୟ ସାହୁ ଉପସ୍ଥିତ ରହି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ଵର୍ଗତ ନିରଞ୍ଜନଙ୍କ ମର ଶରୀରରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିବା ବେଳେ ତାଙ୍କର ପୁତ୍ର ଝସକେତନ ସାହୁ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.