ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡାଠାରେ ନାଗରିକ କମିଟିର ୧୭୫ତମ ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ପଡ଼ାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତା ଓ ଡ୍ରେନଗୁଡିକର ଅବସ୍ଥା ଖରାପ ହୋଇଥିବାରୁ ନୂତନ ପିଚୁ ରାସ୍ତା କରିବା ଓ ଡ୍ରେନ ପ୍ରହରୀ ଛକଠାରୁ ପଶ୍ଚିମ ଦିଗକୁ ସିମେଣ୍ଟ କରିବା ପାଇଁ ପ୍ରସ୍ତାବମାନ ହୋଇଥିଲା । ଯେତେ ଥର ମ୍ୟୁନିସିପାଲିଟିକୁ ପ୍ରସ୍ତାବ ଦେଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ମଶା, ମାଛି ପ୍ରାର୍ଦ୍ୟୁଭାବ ବଢୁଥିବାରୁ ଲୋକ ଜର ତପରେ ଆକ୍ରାନ୍ତ ହେଉଛନ୍ତି । ପାନୀୟ ଜଳ ପ୍ରଚୁର ପରିମାଣରେ ଆସୁନଥିବାରୁ ଲୋକ ବହୁତ କଷ୍ଟ ଅନୁଭବ କରୁଛନ୍ତି । ମାଲପଡା ସ୍କୁଲ ପ୍ରାଙ୍ଗଣର ଅବସ୍ଥା ନ ଦେଖିଲେ ଆପଣମାନେ ଜାଣି ପାରିବେ ନାହିଁ । ପ୍ରାୟ ସମସ୍ତ ଛାତ ଗଳୁଛି, ସ୍କୁଲର ଅଧିକାଂଶ କୋଠରୀ ଭାଙ୍ଗି ଗଲାଣି ମରାମତି ନିତାନ୍ତ ଜରୁରୀ । ସ୍କୁଲ ପରିସର ସଫା ସୁତୁରା ରଖି ପିଲାଙ୍କ ଖେଳକୁଦ ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି । ଏଣୁ ମାଲପଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ମ୍ୟୁନିସିପାଲିଟି ପୁରା ଯତ୍ନ ନେବା ପାଇଁ ଅନୁରୋଧ । ଉକ୍ତ ସଭାରେ ସଭାପତି ଯୁଧିଷ୍ଟିର ମିଶ୍ର, ଗୋପବନ୍ଧୁ ପୁରୋହିତ, ପ୍ରଫେସର ତରୁଣ କୁମାର ମିଶ୍ର, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ପଂଚାନନ ସେଠ, ଛବି ବେହେରା, ଦିବାକର ହୋତା, ଦେବଜ୍ୟୋତି ଯୋଷୀ ଆଦି ବହୁ ସଭ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.