ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ଦଫା ଦାବୀ ନେଇ ଗୁରୁବାର ସରପଞ୍ଚମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରପଞ୍ଚମାନଙ୍କ ଭତ୍ତା ୨୫୦୦ ଟଙ୍କା ପରିବର୍ତ୍ତେ ଅଧିକ ବୃଦ୍ଧି କରିବା ସାଂଗକୁ ଅନ୍ୟାନ୍ୟ ପ୍ରସଙ୍ଗକୁ ଅବଗତ କରାଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଅଣଦେଖା କରିଛନ୍ତି ବୋଲି ସରପଞ୍ଚ ମହାସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକକ ଭାବେ ୭୩ତମ ଅଧିନିୟମ ଅନୁଯାୟୀ କ୍ଷମତା ପ୍ରଦାନ କରିବା ବଦଳରେ ଏହି ଅଧିନିୟମକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରୁଥିବାରୁ ତୀବ୍ର ପ୍ରତିବାଦ କରାଯାଇଛି । ୫ଟି ସଚିବଙ୍କ ଦ୍ଵାରା ଅଫିସରମାନେ ପରିଚାଳିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ସାମ୍ବିଧାନିକ ବିଧିକୁ ଉଲଂଘନ କରୁଥିବା ହେତୁ ସରପଞ୍ଚମାନେ ଅଫିସରରାଜ ଚଳିବ ନାହିଁ ବୋଲି ଦାମ୍ଭିକତାର ସହ ସ୍ୱର ଉଠାଇଛନ୍ତି ।

Leave A Reply

Your email address will not be published.