oom

ବିଜେପୁର ବ୍ଲକ ଫୁଲେରପାଲିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ବିଜେପୁର ବ୍ଲକ ଭଟିଙ୍ଗା ପଞ୍ଚାୟତ ଫୁଲେରପାଲି ଗ୍ରାମରେ ମହାସମାରୋହରେ ଯାଦବ ସମାଜର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି କେଶବ ଚନ୍ଦ୍ର ଜାଲ ଯାଦବ ସାଂସ୍କୃତିକ ସମାଜ ପଦ୍ମପୁର ରାଜ ବୋଡାମ୍ବର ଉପଖଣ୍ଡ ସଭାପତି ସମ୍ମାନୀତ ଅତିଥି ବିଜେପୁର ବ୍ଲକ ଏବଂ ଏନ୍‌ଏସି ସଭାପତି ଝାସକେତନ ବଗର୍ତ୍ତି, ସାହେବ କୁଦେଇ, ଚୌବନ ବନଛୋର ବ୍ଲକ ସମ୍ପାଦକ ମାଷ୍ଟର ବାଗ, ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବଯାଦବ ସଭାପତି ଓମ୍‌ ପ୍ରକାଶ ଭୋଇ, ନିଳାଦ୍ରୀ ମହାକୁର, ପଞ୍ଚାୟତ ସଭାପତି ଉଦ୍ଧବ ଭୋଇ, ପୂଜାର କର୍ତ୍ତା ନୀଳାମ୍ବର ରାଉତ (ବାବା) ମଞ୍ଚର ସଭାପତିତ୍ବ ଗ୍ରାମର ଗୌନ୍ତିଆ ସୁନୀଳ ମହାପାତ୍ର କରିଥିଲେ । ପୂଜା କମିଟିର କର୍ମକର୍ତ୍ତା ଧୁବଳ ମହାକୁର, ଉଦ୍ଧବ ରାବଣ, ରୋହିତ ମହାକୁର, ସୁଦାମ ବଗର୍ତ୍ତି, ମୁରଲୀ ମହାକୁର, ବୈଷ୍ଣବ ରାବଣ, ନନ୍ଦଲାଲ ବଗର୍ତ୍ତି ଏବଂ ବିଜେପୁର ବ୍ଲକ ଉପସଭାପତି (କବି) ରାମପ୍ରସାଦ ବଗ ମଞ୍ଚ ପରିଚାଳନା କରିଥିଲେ ଓ ମନରଞ୍ଜନ କାର୍ଯ୍ୟକ୍ରମ ପାଇଁ କଂସ ଦରବାର କରାଯାଇଥିଲା ।

jittmm
Leave A Reply

Your email address will not be published.