ଜୋନ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଉମା ଦଳକୁ ହରାଇ ଆମ୍ବଗାଁ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବନ୍ଧଗୋରା ଧବଳେଶ୍ବର ଖେଳ ପଡିଆଠାରେ ଖୁଣ୍ଟିଗୋରା ପଞ୍ଚାୟତ ଯୁବକ ସଂଘ ଦ୍ବାରା ଆୟୋଜିତ ହୋଇଥିବା ଘଣ୍ଟାପଡା ନଂ.୧ ଜୋନ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ୮ଟି ପଞ୍ଚାୟତ ସ୍ତରୀୟ ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଖେଳ ପ୍ରତିଯୋଗିତାକୁ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ସେଠୀ ଉଦଘାଟନ କରିଥିଲେ । ଅନ୍ତିମ ମ୍ୟାଚ ଆମ୍ବଗାଁ ଏବଂ ଉମା ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୦ ଓଭର ବିଶିଷ୍ଟ ଫାଇନାଲ ଖେଳରେ ଆମ୍ବଗାଁ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୧୦ ୱିକେଟରେ ୧୦୬ ରନ ସଂଗ୍ରହ କରିଥିଲା । ଜବାବରେ ଉମା ଦଳ ୩ ୱିକେଟ ହରାଇ ୯୪ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ସଞ୍ଜିବ ବେହେରା ଓ ସରୋଜ ସାହୁ ଖେଳ ପରିଚାଳନା କରିଥିଲେ । କୁଳମଣି ଦାଶ ଓ ଲମ୍ବୋଦର ବେହେରା ସ୍କୋରର ଏବଂ ସୁଶାନ୍ତ ବାରିକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସଭାରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଓମପ୍ରକାଶ ମିଶ୍ର ମୁଖ୍ୟ ଅତିଥି, ସମ୍ବାଦିକ ବଂଶୀଧର ମାଝୀ, ପ୍ରଭାତ କୁମାର ସାହୁ ଏବଂ ଖଡଙ୍ଗ ମହୋତ୍ସବ କମିଟି ମୁଖ୍ୟ ଧିରୋଜ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳାଳି ଦେବେନ୍ଦ୍ର ଭୋଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ଦକ୍ଷ ଙ୍କୁ ମ୍ୟାନ ଅଫ ଦି ସିରିଜ ଏବଂ ଉମା ଦଳକୁ ଉପବିଜେତା ଏବଂ ଆମ୍ବଗାଁ ଦଳକୁ ଟାଇଟଲ ବିଜେତା ଭାବେ ଅତିଥି ମାନଙ୍କ ଦ୍ବାରା ଟ୍ରଫି ଏବଂ ଅର୍ଥରାଶି ପୁରସ୍କୃତ କରାଯାଇଥିଲା । ମ୍ୟାନେଜର ଶଙ୍କର୍ଷଣ ସାହୁ ପ୍ରଦୀପ ସାହୁ, ସରୋଜ ଭୋଇ, ସୋନୁ ପୂଜାରୀ ଏବଂ ପଞ୍ଚାୟତର ଯୁବଗୋଷ୍ଠୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.