oom

ଗୁରୁଦିବସ ଉପଲକ୍ଷେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେଲେ ମନ୍ତ୍ରୀ ଟୁକୁନି ସାହୁ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବିଜୁ ଜନତା ଦଳ ପକ୍ଷରୁ ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଟିଟିଲାଗଡ ବ୍ଲକର ସମସ୍ତ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଉପଜିଲ୍ଲାପାଳ ଦୟାମୟ ପାଢୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ, ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର୍ କୁମାର ପଣ୍ଡା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଭିନ କିଶୋର ରଥ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପଦ୍ମ ପ୍ରକାଶ ପାଢ଼ୀ, ହଳଧର ସାହା, ଶିବ ଶଙ୍କର ପୁଝାରୀ, ବୃନ୍ଦାବନ କୁମ୍ଭାର, ଡ. ଦୋଳ ଗୋବିନ୍ଦ ବିଶି ମଞ୍ଚାସିନ ଥିଲେ । ପ୍ରଥମେ ଗୁରୁ ଡ. ସର୍ବପଲ୍ଲୀ ରାଧା କ୍ରୀଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦ୍ଵିପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଚିନ୍ତାମଣି ମହାପାତ୍ର । ଉପସ୍ଥିତ ଅତିଥିମାନେ ଶିକ୍ଷକମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସମାଜ ଗଢି ତୋଳୁଥିବା ଶିକ୍ଷକଙ୍କ ଭୂମିକା ଅତୁଳନୀୟ, ପିତାମାତାଙ୍କ ପରେ ଶିକ୍ଷକ ହିଁ ଶିଶୁଙ୍କ ଜୀବନ ଗଢିଥାଆନ୍ତି । ପବିତ୍ର ଗୁରୁ ଦିବସ ଅବସରରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆନ୍ତରିକତାରୁ ଧନ୍ୟବାଦ୍ ଜଣାଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ମନ୍ତ୍ରୀ । ଏହି ଅବସରରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

jittmm
Leave A Reply

Your email address will not be published.