oom

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ଡ଼ଃ ରାଧାକ୍ରିଷ୍ଟନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରାରମ୍ଭରେ ସ୍କୁଲ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ନେଇ ସମାଜକୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମାହାଳିକ, ପୂର୍ବତନ ସିଆର୍‌ସିସି ରବିନ୍ଦ୍ର ସେଠୀ, ସହକାରୀ ଶିକ୍ଷକ ଦିବ୍ୟସିଂହ ପଲାଇ, ସ୍ୱପ୍ନାରାଣୀ ପଲାଇ, ରଘୁନାଥ ସାହୁ, ପ୍ରମିଳା ଶବର, ପ୍ରିୟଙ୍କା ପଲାଇ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ଗୁରୁ ଶିଷ୍ୟଙ୍କ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷତ କାମନା କରିଥିଲେ । ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ପ୍ରମୋଦ ପ୍ରଧାନ, ସମ୍ବାରିଆ ସାହୁ ପ୍ରମୁଖ ମଂଚାସୀନ ଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଧନୁ ସାହୁ, ବିପ୍ର ଚରଣ ସାହୁ, ଅଜୟ, ବିଷ୍ଣୁ, ବଳିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.