csstore

ଗ୍ରେଡ୍‌ ପେ ବୃଦ୍ଧି ନେଇ ଅଧ୍ୟାପକଙ୍କ କଳା ବେଜ୍‌ ପରିଧାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଅଧ୍ୟାପକମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିଥିଲେ । ପବିତ୍ର ଗୁରୁଦିବସରେ ଗୁରୁମାନଙ୍କର ଅସନ୍ତୋଷ ସମସ୍ତ ଜିଲ୍ଲାରେ ଦେଖାଯାଇଛି । ସେହିପରି ନିଖିଳ ଓଡିଶା ଅଧ୍ୟାପକ ସଂଘର ଡାକରା କ୍ରମେ ଆମ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ନିଯୁକ୍ତି ପାଇଥିବା ରୋତ୍‌ କଲେଜ୍‌, ଜବାହାରଲାଲ୍‌ କଲେଜ୍‌ ପାଟଣାଗ, ଡି.ଏ.ଭି. କଲେଜ୍‌, କଂଟାବାଂଜି କଲେଜ୍‌, ସଇଁତଲା କଲେଜ୍‌, ଲୋଇସିଂଘା କଲେଜ୍‌, ଘସିଏନ୍‌ କଲେଜ୍‌, ମହିମୁଣ୍ଡା କଲେଜ୍‌ର ଅଧ୍ୟାପକମାନେ ଆଜି କଳା ବେଜ୍‌ ପରିଧାନ କରି ସୂଚାରୁରୂପେ ପ୍ରତ୍ୟେକ କଲେଜରେ କାର୍ୟ୍ୟ କରୁଛନ୍ତି । ଯଦି ସରକାର ତାଙ୍କର ଦାବୀ ଯଥା ୪୬୦୦ ରୁ ୫୪୦୦ ଗ୍ରେଡ୍‌ ପେ ବୃଦ୍ଧି କରି, ପିଛିଲା ଭାବେ ୨୦୧୬ରୁ ଲାଗୁ ନ କଲେ ଅଧ୍ୟାପକମାନଙ୍କ ସଂଘ ତରଫରୁ ଆଗାମୀ ଦିନରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଘୋଷଣା କରିଛି ।

jayashree
Leave A Reply

Your email address will not be published.