ଏପିଏସ କଲେଜ ରୋତ୍‌ରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ଖୁବ୍‌ ଧୁମ୍‌ଧାମ୍‌ରେ ଗୁରୁଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ଅଧ୍ୟକ୍ଷ ଡ.ରଥ ଡକ୍ଟର ସର୍ବପଲ୍ଲୀରାଧାକ୍ରୀଷ୍ଣନ୍‌ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ପାଦସ୍ପର୍ଶ ପୂର୍ବକ ଆଶୀର୍ବାଦ ନେଇଥିଲେ । ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରୀ ବବଲି ବାରିକ, ସରସ୍ୱତୀ ମାଝୀ, ଲିଲିମା ନାଏକ, ମଞ୍ଜୁ ସାହୁ ପ୍ରଭୃତି ଗୁରବନ୍ଦନା ଗାନ କରିଥିଲେ । ଛାତ୍ରୀ ପ୍ରୀତିମୟୀ, ତୃପ୍ତିମୟୀ, ଲିଲିମା ଓ ଛାତ୍ର ବିରେନ୍ଦ୍ର ପ୍ରମୁଖ ଅଭିଭାଷଣ ରଖିଥିବା ବେଳେ ଅଧ୍ୟାପକ ଅନୁପ ଖମାରୀ, ପ୍ରମୋଦ କୁମାର ଦାଶ, ବାମଦେବ ମେହେର, ଶାନ୍ତନୁ ପାଢୀ, ଶେଷଦେବ ଦାନୀ ଓ ଅଧ୍ୟକ୍ଷ ଡ.ରଥ ପ୍ରଭୃତି ଅଶୀର୍ବଚନ ବାକ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଅପ୍ୟାୟୀତ କରିଥିଲେ । ଏହି ସଭାକୁ ଛାତ୍ରୀ ସୁଶ୍ରୀ ଝରଣା ସାହୁ ସଂଯୋଜନା କରିଥିବା ବେଳେ ଛାତ୍ର ବିରେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟର ମାସିକ ପ୍ରାଚୀର ପତ୍ରିକା ଅନ୍ୱେଷଣକୁ ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ଡ.ରଥ ଉନ୍ମୋଚନ କରିଥିଲେ । ଏହି ପତ୍ରିକାକୁ ଅଧ୍ୟାପକ ସୋମନାଥ ପଧାନ ସଂପାଦନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଏହାର ପରିଚାଳନା ସଂପାଦକ ଭାର ଗ୍ରହଣ କରିଥିଲେ । ଏହି ମାସରେ ଗୁରୁଦିବସ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନବାନ୍ନ, ଛାଡଖାଇ ଆଦି ପଡୁଥିବାରୁ ଏହି ସଂଖ୍ୟାରେ ସେହି ସଂପର୍କିତ ରଚନା ପ୍ରକାଶ ପାଇଛି ।

Leave A Reply

Your email address will not be published.