ସାଲେଭଟାରେ ଗୁରୁଦିବସ ପାଳିତ

  • ଆଗଲପୁର ବ୍ଳକର ୬୩ ଗୁରୁଙ୍କୁ ସମ୍ମାନୀତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାରେ ଗୁରୁଦିବସ ପାଳିତ ହୋଇଥିବା ବେଳେ ୬୩ ଜଣ ଗୁରୁଙ୍କୁ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଚଣ୍ଡୀମନ୍ଦିର କଲ୍ୟାଣ ମଣ୍ଡପଠାରେ ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗଲପୁର ବ୍ଳକ ବିଇଓ ଦିଲିପ କୁମାର ପାଠୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ସେହିପରି ଏବିଇଓ ରଜନୀ କାନ୍ତ ସାହୁ , ଡୁଙ୍ଗୁରୀପାଲି ବିଏମ୍‌ ହେମନ୍ତ କୁମାର ପାତ୍ର ଓ ଯୋଗେନ୍ଦ୍ର ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ଆଗଲପୁର ବ୍ଳକର ବିଭିନ୍ନ ବର୍ଗର ୬୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ଗୁରୁଦେବ ପଧାନ ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.