ରାଉରକେଲା କଲେଜରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ସଭା ଗୃହରେ ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ଏବଂ ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ‘ମାୟାଧର ମାନସିଂହଙ୍କ ସୃଷ୍ଟି ସମୀକ୍ଷା’ ଶୀର୍ଷକ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଏବଂ ‘ଶବ୍ଦ ସୁରଭି’ ପତ୍ରିକାର ଶ୍ରୀ ଜଗନ୍ନାଥ ଓ ମାୟାଧର ମାନସିଂହ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଉଦ୍ଘାଟନ କରିଥିଲା ବେଳେ ସଭାପତିତ୍ବ କରିଥିଲେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି । ବ୍ରହ୍ମପୁରର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ତଥା ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡଃ ବାୟାମନୁ ଚର୍ଚ୍ଚି ମୁଖ୍ୟ ଅତିଥି ଓ ବିଷୟ ବିଶେଷଜ୍ଞ ଭାବରେ ‘ମାୟାଧର ମାନସିଂହଙ୍କ ସୃଷ୍ଟି ଓ ସମୀକ୍ଷା’କୁ ନୂତନ ବ୍ୟାପ୍ତି ପ୍ରଦାନ କରିଥିଲେ । ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ‘ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପଲ୍ଲୀ ଚେତନା’ ଏବଂ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ‘ମାନସିଂହଙ୍କ କାବ୍ୟ-କବିତାରେ ରୋମାଣ୍ଟିକ ଚେତନା’ ସମ୍ପର୍କରେ ଆଲୋଚନା କରିଥିଲେ । ଏ ଅବସରରେ ଉଦ୍‌ଘାଟିକା ପ୍ରଫେସର ପ୍ରଧାନଙ୍କ ଆଶୀର୍ବଚନ ସହ ବରେଣ୍ୟ ଅତିଥିମାନଙ୍କ ସହିତ ଶବ୍ଦ ସୁରଭି ପତ୍ରିକାର ଉନ୍ମୋଚନ ତଥା ସଭାପତି ଶ୍ରୀ ପତିଙ୍କ ଦ୍ବାରା ପତ୍ରିକାର ସୁନ୍ଦର ସମୀକ୍ଷା କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସୃଜନଶୀଳ ସାହିତ୍ୟ ସ୍ରଷ୍ଟା ଡଃ ମାନସିଂହ ମୁଖ୍ୟତଃ ଜଣେ ରୋମାଣ୍ଟିକ କବି । ସୌନ୍ଦର୍ୟ୍ୟର ଉପାସକ ମାନସିଂହଙ୍କ ସ୍ବଦେଶ ପ୍ରୀତି, ପଲ୍ଲୀ ପ୍ରକୃତି ପ୍ରତି ଶ୍ରଦ୍ଧା ଓ ସମ୍ମାନ, ଭାରତୀୟ ସଂସ୍କୃତି ଓ ପରମ୍ପରା, ମଣିଷ ପ୍ରତି ମଣିଷର ଶୋଷଣ, ନିର୍ୟ୍ୟାତନା ଓ ଅତ୍ୟାଚାରର ଚିତ୍ର ତାଙ୍କ କାବ୍ୟ କବିତାରେ ପରିସ୍ଫୁଟ । ସାମାଜିକ ପ୍ରତିବଦ୍ଧତାର ସ୍ବର ପ୍ରକଟିତ ହୋଇଛି ତାଙ୍କ କାବ୍ୟ କବିତାରେ । ଏହି ଆଲୋଚନାଚକ୍ରରେ ରାଉରକେଲାସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଲିପିକା କେର୍କେଟା, ମହାଶ୍ୱେତା ସାହୁ, ପ୍ରଭା ଶୂଚିତା ଏକ୍କା, ଡଃ ସୁଶାନ୍ତ କୁମାର କିଷାନ, ଲକ୍ଷ୍ମୀ ମାଝି, ଶଶିକାନ୍ତ ଭୁଇଆ, ପ୍ରଭାତ ବଳ ସମେତ ଓଡ଼ିଆ ଛାତ୍ର-ଛାତ୍ରୀ ଏବଂ ସହରର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଓ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ଡଃ ସୁମନ ଦତ୍ତ, ଜଗନ୍ନାଥ ରାଉତ, ନିରଞ୍ଜନ କରଣ, ସସ୍ମିତା ପ୍ରଧାନ, କୁମାର ବେହେରା, ବସନ୍ତ କୁମାର ନାୟକ, ଅଭିରାମ ପ୍ରଧାନ, ଗୌରୀ ନାଗ, ବିରଞ୍ଚି ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଇ ଆଲୋଚନାଚକ୍ରରେ ଶିକ୍ଷୟିତ୍ରୀ ଓ କବି ନିରୂପମା ପତି ମଂଚ ପରିଚାଳନା କରିଥିଲେ । ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ କୁଞ୍ଜବିହାରୀ ରାଉତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ବନବିହାରୀ କିଷାନ । କାର୍ୟ୍ୟକ୍ରମରେ ସର୍ବଶ୍ରୀ ପ୍ରକାଶ ମେହେର, ଅନୁ ଧନୱାର, ଅନିତା ଜଗଦ୍ଦେବ, କ୍ରାନ୍ତି ଓରାମ, ଗୋପାଳକୃଷ୍ଣ ଦାଶ, ପ୍ରକାଶ ଓଝା, ହିମାଂଶୁ ନାୟକ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆର ସିଂହ, ତପସ୍ଵିନୀ କୁମ୍ଭାର, ସୁଶ୍ରୀରେଖା ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ଐଶ୍ୱର୍ୟ୍ୟା ସାହୁ, ଚନ୍ଦା ବାରିକ, ବାସନ୍ତୀ ସିଂ, ସଂଘମିତ୍ରା ପାତ୍ର, ସୁମାନ୍ତି ଏକ୍କା, ମମତା କିଷାନ, ଗୁଡ଼ି ସୁନା, ଅଭିଲିପ୍ସା ସ୍ବାଇଁ, ଜାଗରାନୀ କିଣ୍ଡୋ, ସୁଶାନ୍ତି ତିର୍କି, ମନିଷା କେର୍କେଟା, ସାଲୋନି କଂସାରୀ, ଶ୍ରୁତିରାଣୀ ପାତ୍ର, ଲିଜା କିଷାନ, ସରସ୍ଵତୀ ମଣିପୁରୀ, ପୂର୍ଣ୍ଣିମା ପତି, ଶ୍ରିୟା ବାଗ, ମାଳତୀ ଲାକ୍ରା, ବିଷ୍ଣୁ ପ୍ରିୟା ସା, ରୁପେଶ ଗୋପ, ରଶ୍ମି ହରିପାଲ, ସୁଷମା ବେକ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.