csstore

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା, ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗୁରୁଦିବସରେ ମୁଖ୍ୟବକ୍ତା ଭାବେ ଗୋପବନ୍ଧୁ ରଥ, ମୁଖ୍ୟ ଅତିଥି ଭାବେ ପ୍ରେମାନନ୍ଦ ବିଶ୍ୱାଳ, ବଉଦ ଜିଲ୍ଲା ସଭାପତି ଶିଶିର ଖଟୁଆ, ଉପଦେଷ୍ଟା ଆଚାର୍ଯ୍ୟ ସୁଚିତ୍ର ସୁନା, ଆନନ୍ଦ ଯୋଶୀ, ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ତଥା ଦେବେନ୍ଦ୍ର ସାହୁ ମଞ୍ଚାସୀନ ଥିଲେ । ହରିଓଁ ଜନକଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ଏକ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଥର ଚେପା, ମିଶନ ସ୍କୁଲର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ୨୦୨୩ର ଶ୍ରେଷ୍ଠ ଗୁରୁ ସମ୍ମାନ ଅନ୍ନପୂର୍ଣ୍ଣା ନନ୍ଦଙ୍କୁ ଦିଆଯାଇଥିବା ବେଳେ ସେବା ନିବୃତ୍ତ ପାଇଁ କଳ୍ପନା ଦେବତା, ଶୈଳବାଳା ନାଗ, ଅଶୋକ ସାହୁ ଓ ଲୋକନାଥ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହଦେବ ଦନ୍ତାଙ୍କୁ ଦୁର୍ନୀତି ନିବାରଣ ପାଇ ସଂଘ ସମ୍ମାନିତ କରିଥିଲା । ଏହି ସଭାକୁ ଅନୁପମା ପ୍ରହରାଜ ଆୟୋଜନ କରିଥିଲେ ଓ ମଧୁସୂଦନ ନାୟକ ସଂଯୋଜନା କରିଥିଲେ । ପୂଜ୍ୟ ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ପୁତ୍ର ଉମା ଶଙ୍କର ତ୍ରିପାଠୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.