lika

ଗୁରୁ ଦିବସ ଉପଲକ୍ଷେ ଗୁରୁପୂଜନ

gbag

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ମହୁଲପଡା ସେବାଶ୍ରମ ଓ ମହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବହୁ ଆଡମ୍ବର ସହ ଗୁରୁଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ମହାବୀର ଯୋକ୍ଷୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ ପ୍ରସାଦ‌ ଖମାରୀ, ସମ୍ମାନିତ ଅତିଥି ପୂର୍ବତନ କ୍ରୀଡା ଶିକ୍ଷକ କୁମ୍ଭରାଜ କଟା, ଉ.ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ହଂସ, ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂ ମାଝୀ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଅତିଥି ଦେବ ପୂଜନ ଓ‌ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗୁରୁପୂଜନ କାର୍ଯ୍ୟକ୍ରମ ହୋଇଥିଲା । ଅତିଥି ଗଣ ଗୁରୁ ଶିଷ୍ୟ ସଂପର୍କକୁ ନେଇ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ ଓ ଗୁରୁ ଶିଷ୍ୟ ସଂପର୍କ ସୁଦୃଢ଼ ରଖିବାକୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସମ୍ବର ମେହେର ପରିଚାଳନା କରୁଥିବା ବେଳେ ବରିଷ୍ଠ ଶିକ୍ଷକ ସତ୍ୟବାଦୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.