jayashree

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟାଠାରୁ ରୋଗୀ ବେଶୀ : ତଳେ ଶୋଇ ହେଉଛନ୍ତି ଚିକିତ୍ସା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ସହର ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଏଠାକୁ ଆସି ଚିକିତ୍ସିତ ହୋଇ ଫେରୁଛନ୍ତି । କିଛି ଦିନ ହେବ ଏବେ ଝାଡ଼ା, ବାନ୍ତି, ଜ୍ଵର ଭଳି ରୋଗରେ ପଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଡାକ୍ତରଖାନା ଭିତରେ ଶଯ୍ୟାଠାରୁ ଅଧିକ ରୋଗୀ ଭର୍ତି ହେବା ଫଳରେ ତଳେ ରୋଗୀଙ୍କୁ ଚିକିତ୍ସିତ ହେବାକୁ ପଡୁଛି ।

ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ଚେଷ୍ଟା ବଳରେ ଏବେ ପୁଣି ପାଞ୍ଚୋଟି ଡାକ୍ତର ଆସି ଯୋଗଦେବା ପରେ ରୋଗୀଙ୍କୁ ଆଉ ଭଲ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସ୍ବାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ମଧ୍ୟ ବଢ଼ିଛି କିନ୍ତୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଚିନ୍ତାର କାରଣ ପାଲଟିଛି । କିଛି ଦିନ ତଳେ ସହରରୁ ଦୁଇଟି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ମଶା ମାରିବା ଧୂଆଁ, ବ୍ଲିଚିଂ ପାଉଡର ସିଞ୍ଚନ କରିବା କଥା କିନ୍ତୁ କରାଯାଉ ନାହିଁ ଅନ୍ୟପଟେ ଡେଙ୍ଗୁ କିପରି ନ ବ୍ୟାପୁ ସେଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ଟିମ୍‌ ପଠାଇ ଯେଉଁ ଅଞ୍ଚଳରୁ ରୋଗୀ ବାହାରିଥିଲେ ସେଠାରେ ଏକ ସଚେତନା ସଭା ଅନୁଷ୍ଠିତ କରି ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ । ଅକ୍ଟୋବର ମାସରେ ପିପଲ ପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି, ତାହା ଆରମ୍ଭ ହେଲେ ଆହୁରି ଲୋକ ସୁବିଧା ପାଇ ପାରିବେ ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ସହ ଲୋକ ନିଜେ ସଚେତନ ହେବା ଜରୁରୀ ଅଟେ, ଘର ତଥା ଆଖପାଖ ଅଞ୍ଚଳ ସଫାସୁତୁରା ରଖିବା, ଅଳିଆ ଆବର୍ଜ୍ଜନା ଜମା ନ କରିବା, ଜ୍ଵର, କାସ, ଥଣ୍ଡା, ମୁଣ୍ଡ ବ୍ୟଥା, ବାନ୍ତି ହେଲେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ପରାମର୍ଶ ନେଲେ ସ୍ୱାସ୍ଥ୍ୟ ବିଗିଡିବା ପୂର୍ବରୁ ସୁସ୍ଥ ହୋଇପାରିବା ବୋଲି ଚିକିତ୍ସକ ମାନେ ପରାମର୍ଶ ଦେଉଛନ୍ତି । ଏଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜ ହାତରେ । ଜନ ସାଧାରଣ ନିଜେ ଏ ଦିଗରେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ହୋଇଗଲାଣି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.