csstore

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଜିଲ୍ଲାପାଙ୍କ ପୁରୁଣା ସଭାଗୃହରେ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୁଇଁତଳା ବିଡିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୨୧୯ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୧୭୭ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୪୨ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ୫୫ଟି ମାମଲାର ଶୁଣାଣିର ସମାଧାନ ସେହିସ୍ଥାନରେ ହୋଇଛି ଏବଂ ବାକିଥିବା ମାମଲାଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଶୀଘ୍ର ଶୁଣାଣି କରିବାକୁ ଜିଲ୍ଲାପାଳ ନିଦ୍ଦେଶ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ଜଣଙ୍କୁ ଏକ ଲକ୍ଷ ୬୦ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠି ଅନ୍ତର୍ଗତ ୩ ଜଣଙ୍କୁ ୪୬ ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଛି । ରେଡକ୍ରସ ପାଣ୍ଠି ଅନ୍ତର୍ଗତ ଗୌଡ ରଣାଙ୍କୁ ତିରିଶ ହଜାର ଟଙ୍କା, ଅସିମ ସୁନା ଦଶହଜାର, ଫୁଲମତି ବାଗ ଛଅ ହଜାର ଦିଆଯାଇଛି ।

jayashree
Leave A Reply

Your email address will not be published.