ସ୍ୱାୟତ୍ତ ଶାସନ ଦିବସରେ ନୃତ୍ୟର ତାଳେ ତାଳେ ମନ ମୋହିଲେ ଛାତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଦିବସ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ସହରର ବିକାଶ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନ ପରି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସହରକୁ ବିକାଶ ପଥରେ ଆଗେଇ ନେଇଥିବା ପରି ପ୍ରକାଶ କରିବା ସହ ଐତିହାସିକ ପୋତାଗଡ଼ ଦୁର୍ଗର ଉନ୍ନତିକରଣ, ଦାମୋଦରପୁର ଗ୍ରାମଠାରୁ କଲ୍ୟାଣପୁର ଗ୍ରାମ ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳରେ ବାଜ, ବିଭିନ୍ନ ୱାର୍ଡରେ ପକ୍କା ରାସ୍ତା ନିର୍ମାଣ, ସ୍ମାର୍ଟ ପାର୍କ, କଲ୍ୟାଣ ମଣ୍ଡପ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି । ଏନ୍‌ଏସି ଇଓ ଅବିନାଶ ମିଶ୍ର ଅତିଥି ଓ ଜନ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ସହରର ବିକାଶ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ବିଇଓ ବିଜୟ ବେହେରା, ୨ ନମ୍ବର ୱାର୍ଡ କାଉନସିଲର ଛାଡି ସମସ୍ତ କାଉନସିଲର ମଞ୍ଚାସୀନ ରହିଥିଲେ । ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ପ୍ରେସ ଏକାଦାଶକୁ ଚମ୍ପିୟାନ ଟ୍ରଫି ଓ ଗଞ୍ଜାମ ଏନ୍‌ଏସି ଏକାଦାଶକୁ ରନର୍ସ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଦୁଃସାହସିକ ସମୁଦ୍ର ଖେଳାଳୀ ମାନସ୍ବିନୀ ମହାରଣା, ନୂତନ ଭାବେ ଓଏଏସ୍‌ ପାଇଥିବା ଅନୀଲ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଚିତ୍ରଙ୍କନା, ସଂଗୀତ, ନୃତ୍ୟ, ବକୃତା, ଝୋଟି ଛାତ୍ର ଛାତ୍ରୀ, ମହିଳା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ସଂଯୋଜନା କରିଥିଲେ । ଏକାଉଣ୍ଟେଣ୍ଟ ମାନସ ରଞ୍ଜନ ପୃଷ୍ଟି, ସିଏମ୍‌ଏମ୍‌ ଭାଗ୍ୟଶ୍ରୀ ନାୟକ, କନିଷ୍ଟ ସହାୟକ କମଳା କାନ୍ତ ଦାଶ, ମୁକ୍ତା ପ୍ରୋଜେକ୍ଟ କୋଡିନେଟର ଚିନ୍ମୟ ରଞ୍ଜନ ପୃଷ୍ଟି, ଜୁନିୟର କନିଷ୍ଟ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ଆସିଷ୍ଟାଣ୍ଡ ଟାକ୍ସ କଲେକ୍ଟର ପ୍ରଭାତ ମହାପାତ୍ର, ଅଜୟ ପଣ୍ଡା, ବିରେନ ମହାପାତ୍ର, ମହେନ୍ଦ୍ର ନାୟକ, ବାବୁଲା ସୁବୁଦ୍ଧି ପ୍ରମୁଖ ସହ ଅନ୍ୟମାନେ ସୁପରିଚାଳନାରେ ସହଯୋଗ କରିଥିଲେ । ସ୍ୱୟଂ ସାହାୟକା, ୱାର୍ଡ କୋଡିନେଟର, ସ୍ଥାନୀୟ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ସନ୍ଧ୍ୟାରେ ଗଞ୍ଜାମ ସହରର କୁନି କୁନି ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ସହରବାସୀଙ୍କୁ ବିମୁଗ୍ଧ କରିବା ସହ ବ୍ରହ୍ମପୁରରୁ କଳାକାରମାନଙ୍କ ଦୂର ସଂଗୀତ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!