csstore

ବଲାଙ୍ଗିର ମାଟିର ବିଶିଷ୍ଟ କଣ୍ଠଶିଳ୍ପୀ ଜିତୁ କୁମ୍ଭାରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବିଶିଷ୍ଟ କଣ୍ଠଶିଳ୍ପୀ ଜିତୁ କୁମ୍ଭାର(୫୦)ଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ସହରର ହାତୀପଡ଼ାରେ ରହୁଥିବା ଜିତୁ କୁମ୍ଭାରଙ୍କ ଗତ ବିଳମ୍ବିତ ରାତିରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଛି । ପଶ୍ଚିମ ଓଡିଶାର ଆଗଧାଡ଼ିର ଜଣେ କଣ୍ଠଶିଳ୍ପୀ ଭାବରେ ଜିତୁ ସୁନାମ ଅର୍ଜନ କରିଥିବା ବେଳେ ‘ଝରନ’ ସିନେମାରେ ସେ କଣ୍ଠଦାନ କରିଥିଲେ । ତାଙ୍କ କଣ୍ଠରେ ଅନେକ ଗୀତ ଜୀବନ୍ତ ହୋଇ ଉଠିଛି ଏବଂ ଶ୍ରୋତାଙ୍କୁ ମୁଗ୍ଧ କରିଛି । କଣ୍ଠଶିଳ୍ପୀ ଜିତୁ ତାଙ୍କର ଗୋଟିଏ ପୁଅ, ଦୁଇ ଝିଅ ଏବଂ ପତ୍ନୀଙ୍କୁ ଛାଡ଼ି ଯାଇଛନ୍ତି । ଜିତୁ କୁମ୍ଭାରଙ୍କ ପରଲୋକ ଖବର ପାଇବା ପରେ ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ସହ ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ, ସମାଜସେବୀ ନିହାଲ ସିଂହ, କଳାକାର ବିନ୍ଦୁ, ଗୋପାଳ ପ୍ରଧାନ, ପ୍ରହଲ୍ଲାଦ ଦର୍ଜୀ, ପ୍ରଶାନ୍ତ ଖମାରୀ, ପ୍ରେମାନନ୍ଦ ନାଏକ ପ୍ରମୁଖ ଜିତୁଙ୍କ ଶୋକ ସନ୍ତପ୍ତ ପରିବାର ପରିଜନଙ୍କୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.