ସଟ୍ଟା ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ମୁଖ୍ୟ ସହରରେ ବେଆଇନ ଭାବେ ମଦ ଓ ସଟ୍ଟା ଖେଳ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଗତକାଲି ବେଲପଡ଼ା ପୋଲିସ ଅଚାନକ ଚଢ଼ାଉ କରି ୪ ଜଣ ସଟ୍ଟା ଖେଳ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାଇ ବେଲପଡ଼ା ଆଇଆଇସି ସୁଶାନ୍ତ କୁମାର୍ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠିତ ହୋଇଥିଲା ଓ ଟଙ୍କଧର ରଣା (୪୨), ଜଗନ୍ନାଥ ମେହେର (୩୮), ମୁକେଶ ମେହେର (୨୫), କାମଦେବ ମେହେର (୪୭)ଙ୍କୁ ବେଲପଡ଼ା ପୋଲିସ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ, ଏମାନେ ବିନା ଲାଇସେନ୍ସରେ ସର୍ବସାଧାରଣରେ ବେଲପଡ଼ା ଟାଉନରେ ଜୁଆ ଖେଳାଉଥିଲେ । ଗିରଫ ବ୍ୟକ୍ତିଙ୍କ ପାଖରୁ ମୋଟ ୨୯,୩୫୦ ଟଙ୍କା, ୨ଟି ସଟ୍ଟା ଖାତା ଓ ୨ଟି ବଲ୍ ପେନ୍ ଜବତ ହୋଇଛି । ଏମାନଙ୍କ ବିରୁଦ୍ଧରେ ଦୁଇ ଟି କେସ ନମ୍ବର ୧୯୬,୧୯୭ , ଧାରା – ୨୯୪ -ଇ/ ୪୨୦/୩୪ ରୁଜୁ ହୋଇ ଗତକାଲି ସଠା ବେପାରୀଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ।

Leave A Reply

Your email address will not be published.