csstore

ଫଟାବାହାଲ ସ୍ଥିତ କୋଶଲ ଲକ୍ଷ୍ମୀ ଫର୍ଟିଲାଇଜରରେ ପ୍ରଶାସନର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକ କୁଶମେଲ ପଂଚାୟତର ଫଟାବାହାଲ ସ୍ଥିତ ଏମ୍‌ଏସ୍‌ କୋଶଲ ଫର୍ଟିଲାଇଜର ହୋଲସେଲ ଦୋକାନରେ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ଗଛିତ ସାର ଜବତ କରାଯାଇଥିବା ଜଣାଯାଇଛି । ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ, ଲୋଇସିଂହା ବ୍ଲକ କୃଷି ଅଧିକାରିଣୀ ସୁଜାତା ଛତ୍ରିଆ, ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ, ଚନ୍ଦନଭାଟି ଫାଣ୍ଡି ଏଏସ୍‌ଆଇ ଚନ୍ଦନ ସୁନା ପ୍ରମୁଖ ଦୋକାନରେ ଚଢ଼ାଉ କରି ଇଫକୋ ୟୁରିଆ ୧୧୩ ବସ୍ତା, ନାନୋ ୟୁରିଆ ୨୨୫ ବୋତଲ ଓ ଦରକାରୀ ଖାଦ୍ୟ ସାର ୯୩୬ କେଜି ଜବତ କରି ଲେବ୍ରୋଟାରୀକୁ ଟେଷ୍ଟ ପାଇଁ ପଠାଇଥିବା ଜଣାଯାଇଛି । ଜବତ ସାମଗ୍ରୀ ଗୁଡିକ ସରକାରୀ ଦରରେ ସ୍ଥାନୀୟ ପେକ୍ସରେ ଚାଷୀଙ୍କ ବିକ୍ରି ପାଇଁ ରଖାଯିବ ବୋଲି ସୂଚନା ମିଳିଛି ।

jayashree
Leave A Reply

Your email address will not be published.