jayashree

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପରେ ଉମାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଶିଶୁ ଭାଇଭଉଣୀମାନଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କ୍ରୀଡାର ମହତ୍ତ୍ଵ ଓ ଜୀବନରେ କ୍ରୀଡାର ଆବଶ୍ୟକତା ବିଷୟରେ ସାରଗର୍ଭକ ମାର୍ଗଦର୍ଶନ ଦେଇଥିଲେ । ଜାତୀୟ ହକି ଅଲମ୍ପିକ୍ସର ସ୍ପେଶିଆଲ କୋଚ ଓ ବଲାଙ୍ଗିର ଜିଲ୍ଲା ଖେଳ ଏବଂ ଜିମ୍ନାଷ୍ଟିକ ନାମରେ ସୁପରିଚିତ । ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ଦ୍ଵାରା ଶିଶୁ ଭାଇଭଉଣୀମାନଙ୍କ ଠାରେ ଉତ୍ସାହ ସୃଷ୍ଟି କରିବା ନିମନ୍ତେ କ୍ରୀଡା ଓ ଯୁଗପୁରୁଷ ମେଜର ଧ୍ୟନଚାନ୍ଦଙ୍କ ବିଷୟରେ କିଛି କୁଇଜ୍ ପ୍ରତିଯୋଗିତା ଅୟୋଜନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ପଙ୍କଜ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଜାତୀୟ କ୍ରୀଡା ଦିବସ ଅବସରରେ ବିଦ୍ୟାଳୟର ସମସ୍ତ ଶିଶୁ ଭାଇଭଉଣୀମାନଙ୍କୁ ବିଭିନ୍ନ ଖେଳ ଖେଳିବାର ସୁଯୋଗ ଦିଆଯାଇଥିଲା । ଶିଶୁ ଭାଇଭଉଣୀମାନେ ମଧ୍ୟ ଉତ୍ସାହର ସହିତ କ୍ରୀଡ଼ାରେ ଅଂଶଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ । ଶେଷରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା ।

Leave A Reply

Your email address will not be published.