ହତ୍ୟା ଉଦ୍ୟମକାରୀଙ୍କୁ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହତ୍ୟା ଉଦ୍ୟମକାରୀ ଉଭୟ ବାପା ଓ ପୁଅ ଦୋଷୀ ସାବ୍ୟସ୍ତ । ସଦର ଥାନା ଅନ୍ତର୍ଗତ କୁସମେଲ ଗ୍ରାମର ଉଭୟ ବାପା ଓ ପୁଅ ଗଙ୍ଗାଧର ପ୍ରଧାନ ଓ ଜୟନ୍ତ ପ୍ରଧାନ ଭାରତୀୟ ଦଣ୍ଡ ବିଧାନ ଦଫା ୩୦୭, ୩୨୫ ଓ ୩୨୩, ୩୪ରେ ପାଞ୍ଚ ବର୍ଷ, ତିନି ବର୍ଷ ଓ ୧ ବର୍ଷ କାରାଦଣ୍ଡ ଓ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଉଭୟ ୨୦୭ ଓ ୩୨୫ ଦଫାରେ ନ ଦେଇ ପାରିଲେ ପୁଣି ୬ ମାସ ଲେଖାଏଁ କାରାବାସ ଦଣ୍ଡ ଗତକାଲି ପ୍ରଦାନ କରିଛନ୍ତି ବଲାଙ୍ଗିର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରିୟ ରଞ୍ଜନ ମିଶ୍ର ।

ପ୍ରକାଶ ଯେ, ଗତ ୨୦୧୨ ମସିହା ଜୁଲାଇ ୫ ତାରିଖରେ କୁସମେଲ ଗ୍ରାମର ଶଙ୍କର ପ୍ରଧାନଙ୍କୁ ତାଙ୍କ ଚାଷ ଜମି ରାସ୍ତାରୁ ୨୦ ଫୁଟ ଜାଗା ଦାବୀ କରିଥିଲେ ନଚେତ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲେ । ଏଥିରେ ରାଜି ନ ହେବାରୁ ଯୋଜନା ମୁତାବକ ତାଙ୍କୁ ଜୀବନରେ ମାରିଦେବା ପାଇଁ ଅଭିଯୁକ୍ତ ଗଙ୍ଗାଧର ପଧାନ, ଜୟନ୍ତ ପ୍ରଧାନ ଓ ଅନ୍ୟମାନେ ଯୋଜନା ମୁତାବକ ଶଙ୍କର ଚାଷ ଜମିକୁ ଯାଉଥିବା ବେଳେ ଅଟକାଇ ତାଙ୍କ ମୁଣ୍ଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ପୁଅ ରଞ୍ଜନ ପ୍ରଧାନ ରକ୍ଷା କରିଯିବାରୁ ତାଙ୍କ ମଧ୍ୟ ମୁଣ୍ଡରେ ଓ ଦେହରେ ଗୁରୁତର ଆଘାତ କରିଥିଲେ । ଉଭୟ ଶଙ୍କର ପ୍ରଧାନ ଓ ରଞ୍ଜନ ପ୍ରଧାନଙ୍କ ମଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ପରିବାର ଲୋକେ ଶଙ୍କର ପଧାନ ଓ ରଞ୍ଜନ ପ୍ରଧାନ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ପାଇଁ ନେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଓ ଗୁରୁତର ହେବାରୁ ଉଭୟଙ୍କୁ ଭିଏସ୍‌ଏସ୍‌ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରିଥିଲେ । କିଛି ଦିନ ପରେ ପୁଅ ରଞ୍ଜନ ପ୍ରଧାନ ଟିକିଏ ଆଶ୍ୱସ୍ତ ପାଇବାରୁ ଆସି ବଲାଙ୍ଗିର ସଦର ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ମାମଲା ରୁଜ୍ଜୁ କରି ସଦରଥାନା କେସ ନଂ ୧୯୯/୨୦୧୨ ଆଇପିସି ୩୦୭, ୩୨୫, ୩୨୩, ୩୪ ଦଫାରେ ଅଭିଯୁକ୍ତ ଗଙ୍ଗାଧର ପ୍ରଧାନ ଓ ଜୟନ୍ତ ପ୍ରଧାନଙ୍କୁ ଗିରଫ କରିଥିଲେ । ସରକାରଙ୍କ ତରଫରୁ ଏସୋସିଏଟ୍‌ ପବ୍ଲିକ ପ୍ରୋସିକ୍ୟୁଟର ବୈଷ୍ଣବ ଚରଣ ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।

Leave A Reply

Your email address will not be published.