oom

ଆଜାଦ କା ଅମୃତ ମହୋତ୍ସବ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ପୃଥିବୀ ମନ୍ତ୍ରଣାଳୟ ସହାୟତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସର୍ବପଲ୍ଲୀ ନୋଡାଲ ବିଦ୍ୟାପିଠ, ଅଭୟମୁଖୀ, ରାମଚନ୍ଦ୍ରପୁରଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଏହା ଅଗଷ୍ଟ ୧୬ ତାରିଖରେ ଆରମ୍ଭ ହୋଇ ୧୭ ତାରିଖରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ କୁମାର ପରମାଣିକ, ମୁଖ୍ୟ ବକ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ର, ପୁରୀର ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଧୀରେନ୍ଦ୍ର କୁମାର ଜେନା, ପ୍ରଧାନ ଶିକ୍ଷକ ଧୃବ ଚରଣ ବରାଳ, ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ, ସିଆର୍‌ସିସି ଜଗନ୍ନାଥ ପରିଡା, ଅଭୟମୁଖୀ ପଂତାୟତର ନାୟବ ସରପଂଚ ବାସୁଦେବ ପ୍ରଧାନ ଯୋଗଦେଇଥିଲେ ଏବଂ ସିଆର୍‌ସିସି କ୍ଷେତ୍ରବାସୀ ଆଳୁକ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ପେଣ୍ଠୋଇ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରକାଶ ଭୋଳ, ସୁବାସ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ରଚନା ଓ ବକୃତା ଦୁଇଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ରଚନାରେ ପ୍ରଥମ ସ୍ଥାନ କ୍ରୀଷ୍ଣାଜଳୀ ସ୍ବାଇଁ, ଦ୍ୱିତୀୟ ସ୍ଥାନ ଲକ୍ଷ୍ମୀପ୍ରିୟା ଚଂପତୀ, ତୃତୀୟ ସ୍ଥାନ ଶର୍ମିଷ୍ଠା ବିଶ୍ୱାଳ ଓ ସୁଚିତ୍ରା ଯେନା । ସେହିପରି ବକୃତାରେ ପ୍ରଥମ ସ୍ଥାନ ଆଦ୍ୟାଶା ପ୍ରୀୟଦର୍ଶନୀ ସେନାପତି, ଦ୍ୱିତୀୟ ସ୍ଥାନ ହରିପ୍ରିୟା ସେନାପତି, ତୃତୀୟ ସ୍ଥାନ ଶ୍ରଦ୍ଧାଞ୍ଜଳି ବସ୍ତୀୟା ଓ ସୁଚିତ୍ରା ଯେନା ପ୍ରମୁଖ କୃତିତ୍ୱ ଲାଭ କରିଥିଲେ । ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର, ଉପଢୌକନ ଓ ପୁଷ୍ପଗୁଛ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଆଲୋକ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.