ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ରେ

ବରଗଡ, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସରେ ଯୋଗଦାନ କରିବାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ୮୦ ଦଶକରେ ଏକ ବିରାଟ ଜନ ଆନ୍ଦୋଳନ ବାଲକୋ କମ୍ପାନୀ ବିରୁଦ୍ଧରେ ହୋଇଥିଲା । ଏହି ଆନ୍ଦୋଳନରେ ଅଞ୍ଚଳର ଅନେକ ସଂଗ୍ରାମୀମାନେ ସ୍ଵତଃସ୍ପୃତ ଭାବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.