ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ଗାଁର ବଲାଙ୍ଗିର ଯିବା ମୁଖ୍ୟ ରାସ୍ତା ସମ୍ମୁଖରେ ଖାତା ନଂ ୮୩/ପ୍ଳଟ ନଂ୨୨୧/୨୨୨/୨୨୩ ରୁ ପ୍ରାୟ ଦୁଇ ଏକର ଚଉଷଠି ଡିସିମିଲ ସାତ ଶହ ବର୍ଗ ଫୁଟ ସରକାରୀ ଜମିକୁ ଜବରଦଖଲ କରି ବାଡ଼ ଦେଇଥିବାରୁ ସରପଞ୍ଚ ସମେତ ଗାଁ ଲୋକେ ଅନେକ ଥର କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ ତହସିଲ୍ କାର୍ଯ୍ୟାଳୟ ତରଫରୁ ଉପରୋକ୍ତ ପ୍ଳଟ ସମ୍ମୁଖର ଜମି ମାଲିକମାନଙ୍କୁ ଓ ଜବର ଦଖଲକାରୀଙ୍କୁ ଦୁଇ ଥର ନୋଟିସ ଦିଆଯିବା ସତ୍ତ୍ୱେ ସେମାନେ କର୍ଣ୍ଣପାତ କରିନଥିଲେ । ତେବେ ଆଜି ଏହି କ୍ରମରେ କଣ୍ଟାବାଞ୍ଜି ପୋଲିସ, ତହସିଲଦାର, ରେଭେନ୍ୟୁ ଇନ୍ସପେକ୍ଟର, ବିଦ୍ୟୁତ୍ କର୍ମଚାରୀ ବୃନ୍ଦ ଏବଂ କୁର୍ଲି ଗାଁ ଲୋକଙ୍କ ଉପସ୍ଥିତିରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.