ପଥରଚେପା ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ପ୍ୟାରେଡରେ ପ୍ରଥମ ସ୍ଥାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ପୋଲିସ ପଡିଆଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡରେ ପୋଲିସ ଟିମ୍‌ ବ୍ୟତୀତ ସିଭିଲିଆନ ବର୍ଗରେ ୩୧ଟି ଦଳ ଯୋଗଦେଇଥିଲେ । ସେଥିମଧ୍ୟରେ ପଥରଚେପା ଆଦର୍ଶ ବିଦ୍ୟାଳକୁ ପ୍ୟାରେଡରେ ପ୍ରଥମସ୍ଥାନ ମିଳିଛି । ସେହିପରି ଏନ୍‌ସିସିରେ ସରକାରୀ ମହିଳା ମହାବିଦ୍ୟାଳୟ ଓ ସ୍କାଉଟରେ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ ମଧ୍ୟ ପୁରସ୍କୃୁତ ହୋଇଛନ୍ତି । ଏଥିପାଇଁ ବିଦ୍ୟାଳୟର ଟିମ୍‌କୁ ସିଲ ଓ ସାର୍ଟିଫିକେଟ ଦେଇ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ପୁରସ୍କୁୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ରିଷିକେଶ ଖିଲାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ୟାରେଡରେ ସାମିଲ ଥିବା ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

error: Content is protected !!