jsm

ସବୁଜ ପରିବେଶ କରିବା ଲକ୍ଷ୍ୟରେ ଝଲପ ପଞ୍ଚାୟତ ପକ୍ଷରୁ ହରଘର ବୃକ୍ଷ ରୋପଣ

csstore

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ଆନୁକୂଲ୍ୟରେ ହରଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପଞ୍ଚାୟତର ସମସ୍ତ ଗାଁର ସମସ୍ତ ଘରକୁ ଘର ଯାଇ ପ୍ରତ୍ୟେକ ପରିବାରକୁ ଦୁଇଟି ଗଛ ପ୍ରଦାନ କରି ତାଙ୍କ ଘରବାଡିରେ ଗଛ ଲଗାଯିବ ଏବଂ ଗୋଟିଏ ବର୍ଷ ପରେ ୨୦୨୪ ଅଗଷ୍ଟ ୧୫ ତାରିଖ ପ୍ରତ୍ୟେକ ଗାଁର ତିନୋଟି ପରିବାର ଯିଏ କି ତାଙ୍କୁ ଦିଆଯାଇ ଥିବା ଦୁଇଟି ଗଛକୁ ଭଲ ଭାବେ ରକ୍ଷଣାବେକ୍ଷଣ କରି ବଢାଇ ଥିବେ ତାଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି । ଗତକାଲି ପ୍ରଥମ ଦିନରେ ସର୍ବମୋଟ ପ୍ରାୟ ୬୧୭ ଚାରା ବଣ୍ଟନ କରାଯିବା ସହ ପ୍ରାୟ ଏକଶହରୁ ଅଧିକ ଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମକୁ ଝଲପ ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ ଶୁଭାରମ୍ଭ କରିଥିଲେ । ପ୍ରଥମେ ପଞ୍ଚାୟତ ଏରିଆରେ ଗଛ ଲଗାଯିବା ସହ ଉପସ୍ଥିତ ଜନସାଧାରଣଙ୍କୁ ନିଜ ନିଜ ଘର ବାଡିରେ କିମ୍ବା ଜମିରେ ଗଛ ଲଗାଇବା ପାଇଁ ଉତ୍ସାହିତ କରାଯାଇଥିଲା । ଏଥିରେ ଝଲପ ପଞ୍ଚାୟତର ଜନପ୍ରତିନିଧିଙ୍କ ସାହୁ ବହୁ ଲୋକେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ଲୋକଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ । ସବୁଜ ପରିବେଶ କରିବା ପାଇଁ ଏହି ଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

yuvodaya
Leave A Reply

Your email address will not be published.