oom

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଲୋଇସିଂହା ଅଗ୍ରେସନ ଭବନଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସାଂସଦ ନିରଞ୍ଜନ ବିଶି ଫିତା କାଟି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ବେହେରା, ସଂଯୁକ୍ତା ବରିହା, ବୀଣାପାଣି ଦାସ, ବିଜେଡି ଲୋଇସିଂହା ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ଆଗଲପୁର ବ୍ଲକ ସଭାପତି ପଞ୍ଚୁ ପଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନବନିଯୁକ୍ତ ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦର ଜିଲ୍ଲା ଅଧ୍ୟକ୍ଷ ତଥା ସମାଜସେବୀ ବ୍ରଜମୋହନ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି ଶିବିରରେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିପରି ପୁଇନ୍ତଲା ବ୍ଲକ ବହଳପଦର ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ ୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାଯାଇଛି । ବଲାଙ୍ଗିର ରକ୍ତଭଣ୍ଡାରର ଟେକ୍ନିସିଆନ ତଥା ଲୋଇସିଂହା ଡାକ୍ତରଖାନାର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହାୟତା କରିଥିବା ବେଳେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ସାହୁ, ବୁଦ୍ଧଦେବ ସାହୁ, ନିତ୍ୟାନନ୍ଦ ସାହୁ, ସଂଯୋଗ ସାହୁ, ଅଭିଷେକ ଅଗ୍ରୱାଲ, ରମାକାନ୍ତ ବିଶ୍ୱାଳ, ଫିରୋଜ ପଟେଲ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.