csstore

ତମାଖୁ ନିୟନ୍ତ୍ରଣ ସମ୍ୱନ୍ଧୀୟ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ଓ ପିଇସିୟୁସିର ମିଳିତ ଆନୁକୂଲ୍ୟରେ ତମାଖୁ ନିୟନ୍ତ୍ରଣ ସମ୍ୱନ୍ଧୀୟ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୨୪ ଜଣ ଯୁବକ ଅଂଶଗ୍ରହଣ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ତମାଖୁର ବହୁଳ ବ୍ୟବହାର କିଭଳି ଯୁବ ସମାଜ ଉପରେ ପ୍ରଭାବ ପକାଉଛି, ସେ ନେଇ କର୍ମଶାଳାରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏଥିସହିତ ଏକ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଯୁବକ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପିଇସିୟୁସିର ପ୍ରକଳ୍ପ ସଂଯୋଜକ ସତ୍ୟଶିବ ରଥ, ୟୁଥ ସଂଯୋଜକ ସସ୍ମିତା ସାହୁ, ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ରର ଏନ୍‌ସିଡ଼ି ଆନନ୍ଦ ବାରିକ, ଏନ୍‌ଟିଇପି ବଲାଙ୍ଗିରର ସୁଶୋଭନ ମହାପାତ୍ର, ପିଏପିର ଗୋବିନ୍ଦ ଚନ୍ଦ୍ର ବିଶି ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ, ରଞ୍ଜନ ମହାଲିଙ୍ଗ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.